Odisha news

ସାରା ଭାରତ ପ୍ରବାସୀ ଶ୍ରମିକ ବଞ୍ଚାଅ ଦିବସ ପାଳିତ

0

ଅନୁଗୁଳ : କରୋନା ମହାମାରୀ ମୁକାବିଲା ପାଇଁ ସାରାଦେଶରେ ଲକ୍ଡାଉନ୍ ଯୋଗୁଁ କୋଟି କୋଟି ପ୍ରବାସୀ ଶ୍ରମିକ ବିଭିନ୍ନ ରାଜ୍ୟରେ କାମଧନ୍ଦା ହରାଇ ଭୋକଉପାସରେ ଚାଲି ଚାଲି ଘରକୁ ଫେରୁଥିବାବେଳେ ଟ୍ରେନ୍ ଏବଂ ରାସ୍ତା ଦୁର୍ଘଟଣାରେ ଶିଶୁ, ମହିଳା, ପୁରୁଷଙ୍କ ଦୁଃଖଦ ମୃତୁ୍ୟର ହୃଦୟବିଦାରକ ଦୃଶ୍ୟ ପ୍ରତିଦିନ ଗଣମାଧ୍ୟମ ସହିତ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଦେଶର ସଭ୍ୟତା ବିକାଶ ଓ ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ସୁରକ୍ଷିତଭାବେ ଘରେ ପହଞ୍ଚାଇବା ପରିବର୍ତ୍ତେ ଦେଶର ବିଭିନ୍ନ ସ୍ଥାନରେ ପ୍ରବାସୀ ଶ୍ରମିକମାନଙ୍କ ଉପରେ ପାଶିବକ ବ୍ୟବହାର ଓ ଅତ୍ୟାଚାର ଏକ ଜନମଙ୍ଗଳକାରୀ ଗଣତାନ୍ତ୍ରିକ ରାଷ୍ଟ୍ରରେ ଅତ୍ୟନ୍ତ ନିନ୍ଦନୀୟ ଓ ଅକ୍ଷମଣୀୟ ଅପରାଧ ବୋଲି ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ପକ୍ଷରୁ କୁହାଯାଇଛି ।

ପ୍ରବାସୀ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଇବା ଏବଂ ସେମାନଙ୍କର ଜୀବନ ଜୀବିକାର ସୁରକ୍ଷା ଦାବିରେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ପକ୍ଷରୁ ଆଜି “ସାରା ଭାରତ ପ୍ରବାସୀ ଶ୍ରମିକ ବଞ୍ଚାଅ ଦିବସ” ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ଜୀବନ ଜୀବିକା ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ପରିଧାନ କରି ଶାନ୍ତିପୂର୍ଣ୍ଣଭାବେ ପ୍ଲାକାର୍ଡ ପ୍ରଦର୍ଶନ କରାଯାଇଛି ।

ଅବିଳମ୍ବେ ସମସ୍ତ ପ୍ରବାସୀ ଶ୍ରମିକମାନଙ୍କୁ ରେଳଗାଡି ଯୋଗେ ମାଗଣାରେ ସେମାନଙ୍କ ଘରେ ପହଞ୍ଚାଇବାର ଉପଯୁକ୍ତ ବ୍ୟବସ୍ଥା କରିବା, ଚାଲି ଚାଲି ଆସୁଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଭାବରେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବା, ପ୍ରବାସୀ ଶ୍ରମିକମାନଙ୍କୁ ମାଗଣାରେ ଖାଦ୍ୟ, ରାସନ, ଆଶ୍ରୟ ଯୋଗାଇଦେବା, ପ୍ରବାସୀ ଶ୍ରମିକଙ୍କୁ ସର୍ବନିମ୍ନ ୧୦ହଜାର ଟଙ୍କା ଆର୍ଥôକ ସହାୟତା ଯୋଗାଇଦେବା, ସମସ୍ତ ପ୍ରବାସୀ ଶ୍ରମିକଙ୍କୁ କର୍ମ ନିଯୁକ୍ତି ଯୋଗାଇଦେବା, ପ୍ରବାସୀ ଶ୍ରମିକମାନଙ୍କ ପ୍ରତି ଅମଣିଷ ବ୍ୟବହାର ବନ୍ଦ କରିବା ସହିତ ଦୁର୍ବବ୍ୟବହାର ପ୍ରଦର୍ଶନ କରୁଥିବା ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଦୁର୍ଘଟଣାରେ ମୃତ ଓ ଆହାତଙ୍କୁ ଉପଯୁକ୍ତ ଆର୍ଥôକ ସହାୟତା ଯୋଗାଇଦେବା ଦାବିରେ ୭ଦଫା ସମ୍ବଳିତ ସ୍ମାରକପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀଙ୍କୁ ପ୍ରଦାନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ) ରାଜ୍ୟ କମିଟି ସଭ୍ୟ ଅଶୋକ ମିଶ୍ର, ବ୍ରଜବନ୍ଧୁ ସାହୁ, ଜିଲ୍ଲା କମିଟି ସଭ୍ୟ ସୁବାସ ପ୍ରଧାନ, ତୀର୍ଥବାସୀ ଭୋଇ, ମାନସ ପାଳ, ମନେ୍ଦାଦରୀ ରାଉଳ, ସରୋଜିନୀ ନାୟକ, ସଞ୍ଜୟ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply