Odisha news

ଦନ୍ତା ହାତୀ ଆକ୍ରମଣରେ ମହିଳା ମୃତ: ଏକ ମାସ ମଧ୍ୟରେ ଦୁଇଟି ଜୀବନ ନେଲା ଦନ୍ତା

0

ବନ୍ତଳା: ଅନୁଗୁଳ ବନଖଣ୍ଡ ବନ୍ତଳା ବନାଚଂଳରେ ସନ୍ଧ୍ୟା ସମୟରେ ଏକ ଦନ୍ତା ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ସୂଚନା ଅନୁଯାୟୀ ବନ୍ତଳା ବନାଚଂଳ ତଳଗଡ ପଚାଂୟତର କନ୍ତମେଘ ଗ୍ରାମର ସୁବାସ ବିଶ୍ୱାଳଙ୍କ ପତ୍ନୀ ପ୍ରମିଳା ବିଶ୍ୱାଳ ଉପରବେଳା ଆମ୍ବ ଗୋଟାଇବା ପାଇଁ ନିକଟସ୍ଥ ଆମ୍ବ ବଗିଚାକୁ ଯାଇଥିଲେ । ଘରକୁ ଫେରିବା ବିଳମ୍ବ ହେବାରୁ ସନ୍ଧ୍ୟା ସମୟରେ ଘରଲୋକ ଓ କିଛି ଗ୍ରାମବାସୀ ଖୋଜିବା ପାଇଁ ଯାଇଥିଲେ । ସେଠାରେ ତାଙ୍କର ମୃତ ଦେହ ପଡିଥିବାର ଦେଖି ବନ ବିଭାଗକୁ ଖବର ଦେଇଥିଲେ । ପ୍ରଥମେ କନ୍ତମେଘ ବିଟ ହାଉସରେ ଥିବା ୱାଚର ମାନେ ପହଁଚିଯଥିଲେ । ପରେ ବନ୍ତଳା ବନାଚଂଳ ଅଧିକାରୀ ବିନ୍ଦୁ ପ୍ରସାଦ ପ୍ରଧାନ, ଫରେଷ୍ଟର ସରୋଜ ସିଙ୍ଗ, ଫରେଷ୍ଟ ଗାର୍ଡ ବଶିଷ୍ଟ ଦେହୁରୀଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ପହଁଚିଂଥିଲେ ।

ପରେ ବନ୍ତଳା ଥାନା ଦାୟିତ୍ୱରେ ଥିବା ପ୍ରବେଶନ ଡିଏସପି ସୋ÷ରଭ ଓତା ସଦଳବଳେ ପହଁଚି ଶବ ବ୍ୟବଚ୍ଛେଦ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ରାତ୍ରୀ ସମୟ ହୋଇଥିବାରୁ ଶବ ବ୍ୟବଚ୍ଛେଦ ଆଜି ହୋଇଥିବା ଜଣାପଡିଛି । ସୂଚନା ଥାଉକି ଗତ ମାସ ୩ ତାରିଖରେ ତଳଗଡ଼ ଗ୍ରାମର ନୂଆଁଭୂଇଁ ତଅଂଳା ସାହିର ଦୁଷ୍ମନ୍ତ ବେହେରା (କାଳିଆ) (୩୨) ଜଙ୍ଗଲକୁ ଛେଳି ଚରାଇ ଯାଇଥିବା ସମୟରେ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ବନ ବିଭାଗ ଓ ପୁଲିସ ଉପରକୁ ମରଣାନ୍ତଙ୍କ ଆକ୍ରମଣ କରିବା ସହ ବଲୋରୋ ଗାଡିକୁ ଭଙ୍ଗାରୁଜା କରିଥିଲେ ଉତ୍ୟକ୍ତ ଲୋକମାନେ ।

ପରବର୍ତି ମୂହୁର୍ତରେ କାର୍ଯ୍ୟରେ ଅବହେଳା କରିଥିବାରୁ କନ୍ତମେଘ ବିଟ ଫରେଷ୍ଟ ଗାର୍ଡ ନିରୂପମା ଙ୍କୁ ଅନୁଗୁଳ ଏସିଏଫ ବାସୁଦେବ ନାୟକ ନିଲମ୍ବିତ କରିଥିଲେ । ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ବନ ବିଭାଗର ଅବହେଳା କାରଣରୁ ହାତୀ ଗ୍ରାମାଭିମୁଖୀ ହେବା ସହ ଆକ୍ରମଣ କରି ଲୋକଙ୍କ ଜୀବନ ନେଉଛି । ଉକ୍ତ ଘଟଣା ସମ୍ପର୍କରେ ବନ୍ତଳା ବନାଚଂଳ ଅଧିକାରୀ ବିନ୍ଦୁ ପ୍ରସାଦ ପ୍ରଧାନଙ୍କ କହିବା ଅନୁଯାୟୀ ଗତ କାଲି ୩ଟି ଦନ୍ତା ନିକଟସ୍ଥ ଜଙ୍ଗଲରେ ଥିଲେ । ଲୋକ ମାନଙ୍କୁ ଡେଙ୍ଗୁରା ମାଧ୍ୟମରେ ସଚେତନ ମଧ୍ୟ କରାଯାଉଛି । ଲୋକମାନେ ବନ ବିଭାଗକୁ ସହଯୋଗ କରନ୍ତୁ । ଆଜି ପ୍ରମିଳା ବିଶ୍ୱାଳଙ୍କ ପରିବାରକୁ ଶୁଦ୍ଧକ୍ରିୟା ପାଇଁ ୪୦.୦୦୦/- ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ।

Leave A Reply