Odisha news

ବିବାଦ ର ଆଡ୍ଡା ଆଲିଗଡ ମୁସଲିମ ୟୁନିଭର୍ଶିଟି : ହିନ୍ଦୁ ଦେବତା ଙ୍କୁ ନେଇ ଦେଉଥିବା ଟିପ୍ପଣୀ କାରଣରୁ ପ୍ରଫେସର ଙ୍କର ହେଲା ଛୁଟି , ରେପ୍ କୁ ନେଇ ଦେଉଥିଲେ ଲେକଚର

0
ନୂଆଦିଲ୍ଲୀ : ଆଲିଗଡ ମୁସଲିମ ବିଶ୍ଵବିଦ୍ୟାଳୟ ଅଧିକାଂଶ ସମୟରେ ବିବାଦରେ ଘେରି ହୋଇ ରହିଛି । ଏହା କ୍ଲାସ ଚାଲିଥିବା ସମୟରେ ନିର୍ଦ୍ଧିଷ୍ଟ ଟପିକ କୁ ନେଇ ଯୋଡି ହୋଇଛି । AMU ର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଜିତେନ୍ଦ୍ର କୁମାର ଯୌନ ଅପରାଧ ସହିତ ଯୋଡି ହୋଇଥିବା ଗୋଟିଏ କ୍ଲାସ ରେ ହିନ୍ଦୁ ଦେବଦେବୀ ଙ୍କୁ ନେଇ ଆଲୋଚନା କରିଥିଲେ । ଏହି କ୍ଲାସ ସମୟରେ ତାଙ୍କ ଦ୍ଵାରା ବ୍ୟବହୃତ ହେଉଥିବା ଗୋଟିଏ ଫଟୋ ଭାଇରାଲ୍ ହୋଇଗଲା ଯାହାକୁ ନେଇ ବିବାଦ ଦେଖା ଦେଲା।
ଏହି ଘଟଣାଟି ଏହିପରି, AMU ର ଫୋରେନ୍ସିକ ମେଡ଼ିସିନ୍ ବିଭାଗର ଅଟେ । ଅପ୍ରେଲ ୫ତାରିଖ ଦିନ ରାତି ୮ସମୟରେ ପ୍ରଫେସର ଜିତେନ୍ଦ୍ର କୁମାର ସେକ୍ସୁଆଲ ଅଫେନ୍ସ କୁ ନେଇ ଲେକ୍ଚର ଦେଉଥିଲେ । ଏହି ସମୟରେ ସେ ରେପ୍ କୁ ନେଇ ପୌରାଣିକ ସନ୍ଦର୍ଭ ଉପରେ ଗୋଟିଏ ସ୍ଲାଇଡ୍ ଶୋ ପ୍ରସ୍ତୁତ କରିଥିଲେ । ଏହି ସମୟରେ ସେ ହିନ୍ଦୁ ଦେବୀ ଙ୍କୁ ନେଇ ଟିପ୍ପଣୀ ଦେଇ କହିଥିଲେ ଯେ ବ୍ରହ୍ମା ନିଜ କନ୍ୟା ଙ୍କ ସହିତ ସମ୍ବନ୍ଧ ରଖିଥିଲେ ଓ ଏହାକୁ ନେଇ ସେ ସ୍ଲାଇଡ୍ ଶୋ ମଧ୍ୟ ପ୍ରସ୍ତୁତ କରିଥିଲେ ।
ଏହାପରେ ସେ ଭଗବାନ୍ ଇନ୍ଦ୍ର ଓ ବିଷ୍ଣୁ ଙ୍କ ଚରିତ୍ର କୁ ନେଇ ମଧ୍ୟ ପ୍ରଶ୍ନ ଉଠାଇ ଥିଲେ । ସେ ତୁଳସୀ ଓ ବିଷ୍ଣୁ ଙ୍କ ମିଳନ ଓ ଇନ୍ଦ୍ର ଙ୍କ ସହିତ ଗୌତମ ଋଷି ଙ୍କ ପତ୍ନୀ କୁ ଯୋଡି ରେପ୍ ର ଆଖ୍ୟା ଦେଇଥିଲେ।
ଏହାକୁ ନେଇ ବିଶ୍ଵବିଦ୍ୟାଳୟ ପରିସରରେ ପରିସ୍ଥିତି ଉତେଜନା ପୂର୍ଣ୍ଣ ଦେଖା ଦେଇଥିଲା । ବିଶ୍ବିଦ୍ୟାଳୟ ର ପ୍ରଶାସନ ଦ୍ବାରା ସଫା ସଫା କୁହା ଯାଇଥିଲା ଯେ ପ୍ରଫେସର ଜିତେନ୍ଦ୍ର କୁମାର ଛାତ୍ର ଛାତ୍ରୀ , କର୍ମଚାରୀ ଓ ସାଧାରଣ ଲୋକଙ୍କ ର ଭାବନା କୁ ଆଘାତ ଦେଇଛନ୍ତି । ଏହାକୁ ନେଇ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଉକ୍ତ ପ୍ରଫେସର ଙ୍କୁ ସସସ୍ପେଣ୍ଡ କରିଛନ୍ତି ।
AMU ରେ ପ୍ରାୟତଃ ଅଧିକାଂଶ ଦିନ ହିନ୍ଦୁ ମୁସଲିମ ଧର୍ମ କୁ ନେଇ ବିବାଦ ଦେଖା ଦେଇଥାଏ। ୨୦୧୮ ରେ କ୍ୟାଟିନ୍ ରେ ଚିକେନ ଛଣା ଯାଇଥିବା ତେଲ ରେ ପୁରୀ ଛଣା ଯିବାକୁ ନେଇ ବିବାଦ ଦେଖା ଦେଇଥିଲା । CAA ଓ NRC ସମୟରେ ମଧ୍ୟ ଖୁବ୍ ଆନ୍ଦୋଳନ ତେଜି ଥିଲା ।
Leave A Reply