ଆଲିୟାଙ୍କ ଡିଜିଟାଲ୍ ଡେବୁ୍ୟ
ଆଲିୟା ଭଟ୍ଟ, ସଞ୍ଜୟ ଦତ୍ତ, ଆଦିତ୍ୟ ରୟ କପୁର ଓ ପୂଜା ଭଟ୍ଟ ଅଭିନୀତ ଫିଲ୍ମ ‘ସଡ଼କ ୨’ ଓଟିଟିରେ ରିଲିଜ୍ ହେବାକୁ ପ୍ରସ୍ତୁତ । ଏହି ଫିଲ୍ମ ମାଧ୍ୟମରେ ଆଲିୟା ଡିଜିଟାଲ୍ ଡେବୁ୍ୟ କରିବେ । ଏହାର ସୂଚନା ଦେଇ ମୁକେଶ ଭଟ୍ଟ କହିଛନ୍ତି, ‘ମୁଁ ଏହି ଫିଲ୍ମର ଡିଜିଟାଲ୍ ରିଲିଜ୍ ପାଇଁ ମଜବୁର । କାରଣ ଆଗାମୀ ଦିନରେ କିଛି ନୂଆ ଆଶା ଦେଖାଯାଉନାହିଁ । କିଛି କାମ ନିଜ ଇଚ୍ଛା ବିରୋଧରେ ଯାଇ କରିବାକୁ ପଡ଼ିଥାଏ । ଏହା ଏକମାତ୍ର ଅ«ନ୍ । ଏହା ବୁଦ୍ଧିମାନର କାମ ନୁହେଁ । ଓଟିଟିରେ ରିଲିଜ୍ ହେବାର ଅର୍ଥ ନୁହେଁ ଥିଏଟର୍ ବନ୍ଦ ହୋଇଯିବ । ଏହା ଟେମ୍ପରାରି ଫେଜ୍ । ଏହି ଫିଲ୍ମ ବନ୍ଦ ରଖିବା ପାଇଁ ତିଆରି କରି ନ ଥିଲୁ । ଆମେ ଚାହୁଁଛୁ ଲୋକେ ଏହାକୁ ଦେଖି ଏନଜୟ କରନ୍ତୁ । ବାକି ଥିବା ଦୁଇ ଦିନର ସୁଟିଂ ଜୁଲାଇରେ ଆରମ୍ଭ ହେବ । ପୋଷ୍ଟ ପ୍ରଡକ୍ସନ କାମ ବି ଚାଲିଛି ।’
