ବାସୁଦେବପୁର:ସରକାରୀ କଟକଣାକୁ ଫୁକରି ବାସୁଦେବପୁରରେ ଅମାନିଅ ମାଂସ ଦୋକାନୀ ସଡ୍ ଡାଉନରେ ଖୋଲମ୍ ଖୋଲା ମାଂସୁବେପାର ପସରା ମେଲାଉଛନ୍ତି । ବାସୁଦେବପୁରର ସରକାରୀ ପ୍ରଶାସନିକ ନିଷ୍କ୍ରିୟତା ଯୋଗୁଁ ମାଂସ ଦୋକାନୀକୁ ବେଶ୍ ସୁହାଉଛି । କରୋନା ମହାମାରୀ ଭୂତାଣୁ ସଂକ୍ରମଣକୁ ରୋକିବାକୁ ହେଲେ ଏକମାତ୍ର ସାମାଜିକ ଦୂରତା ରକ୍ଷା କରିବା,ମୁହଁରେ ମାସ୍କ ପିନ୍ଧିବା ଓ ସରକାରଙ୍କ ଦ୍ୱାରା ସଡ୍ ଡାଉନ୍କୁ ମାନି ସପ୍ତାହରେ ଦୁଇଦିନ ଘରେ ରହିବା ଓ ପ୍ରତିଦିନ ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫୁ୍ୟ ଜାରି କରାଯାଉଛି ।
ଗତ କିଛି ଦିନ ହେଲା ବାସୁଦେବପୁରରେ ପ୍ରଶାସନିକ ଅଧିକାରୀଙ୍କ ନିଷ୍କ୍ରିୟତା ଅମାନିଆଙ୍କ ପାଇଁ ବରଦାନ ପାଲିଟିଛି । ଅମାନିଆ ଖୋଲମ୍ ଖୋଲା ସହରରେ ବାଇକ୍ ଖଣ୍ଡେ ଖଣ୍ଡେ ଧରି ବିଚରଣ କରୁଛନ୍ତି । କେତେକ ଦୋକାନୀ ଖୋଲମ୍ ଖୋଲା ସଟ୍ର ଟେକି ବିକ୍ରି କରୁଛନ୍ତି । ହାତଗଣତି ପୋଲିସଙ୍କ ମଧ୍ୟରୁ କେତେକ ରଥ ଡ୍ୟୁଟି ଯାଇଥିବା ବେଳେ ଅନ୍ୟମାନେ ବିଶାଳ କାୟ ଅଞ୍ଚଳରେ ବୁଲି ବୁଲି ଆଇନ୍ ଶୃଙ୍ଖଳା ସହିତ ଅମାନିଆଙ୍କୁ ଅଟକାଇବା ସମ୍ଭବ ହେଉନାହିଁ ବୋଲି କେତେକ ପୋଲିସ ଅଧିକାରୀ କହୁଛନ୍ତି ।
ତଥାପି ପୋଲିସ ଅମାନିଆଙ୍କ ଠାରୁ ଫାଇନ୍ କାଟୁଛନ୍ତି । ସଡ୍ ଡାଉନରେ ବି ବାସୁଦେବପୁର ବ୍ଲକର ବ୍ରାହ୍ମଣଗାଁ ପଞ୍ଚାୟତର ଚଉଁରାଛକ ଠାରେ ସାଜନ ନାମକ ଯୁବକ ଖୋଲମ୍ ଖୋଲା ମାଂସ ବିକ୍ରି ହେଉଛି । କୋଭିଡ୍ ଆଇନ୍କୁ ଫୁକରି ଚାଲିଛି ଅବାଧ ମାଂସ ବେପାର । କେବଳ ସେହିଠାରେ ନୁହେଁ ବାସୁଦେବପୁର ସହରରେ ଆଇନ୍କୁ ଫୁକରି ଚାଲିଛି ଅବାଧ ମାଂସ ବେପାର । ପ୍ରଶାସନିକ ଅଧିକାରୀଙ୍କ ନିଦ ଭାଙ୍ଗୁନାହିଁ । ସରକାରୀ ଆଇନ୍ କାର୍ଯ୍ୟକାରୀ କରିବାକୁ ମୁହଁ ମୁଡି ଦେଉଛନ୍ତି । ପୋଲିସ ଛକରେ ଜଗିବସୁଥିବା ବେଳେ ଗଳିକନ୍ଦିରେ ପସି ଅମାନିଆ ଗହଳି କରୁଛନ୍ତି । ଦୋକାନୀ ଖୋଲି ବେପାର କରୁଛନ୍ତି । ଜିଲ୍ଲାପାଳ ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।