ସମିତି ସଭ୍ଯ ପ୍ରାର୍ଥୀ ଭାବେ ଆଳି ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀଧର ମଲିକ୍ ଙ୍କ ପ୍ରଚାର ରେ ଚଳଚଞ୍ଚଳ ଡିମିରିପାଳ ଗ୍ରାମ ପଞ୍ଚାୟତ
ଆଳି ୧୧/୦୨/୨୨ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ନିଆରା ଢଙ୍ଗରେ ଚାଲିଛି ବିଜେଡି ସମର୍ଥିତ ସମିତି ସଭ୍ଯ ପ୍ରାର୍ଥୀ ତଥା ଆଳି ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀଧର ମଲିକ୍ ଙ୍କର ପ୍ରଚାର ଅଭିଯାନ l ଡିମିରିପାଳ ଗ୍ରାମ ପଞ୍ଚାୟତ ରେ ବସ ଚିହ୍ନରେ ଭୋଟ ଦେଇ ତାଙ୍କୁ ବିପୁଳ ଭୋଟ ରେ ନିର୍ବାଚିତ କରିବାକୁ ସେ ନିବେଦନ କରିଛନ୍ତି l ଏହି ଗ୍ରାମ ପଞ୍ଚାୟତ ର ବୁଦ୍ଧିଜୀବୀ ଓ ସାଧାରଣ ଭୋଟର ଙ୍କ ଏକତରଫା ସମର୍ଥନ ପାଇବା ପାଇଁ ସେ ଆଶା ରଖିଥିବା କଥା ସେ ପ୍ରକାଶ କରିଛନ୍ତି l
ଚେୟାରମ୍ଯାନ ଥିବା ସମୟରେ ନିଜର ପଞ୍ଚାୟତ ତଥା ଆଳି ବ୍ଲକ ପାଇଁ ଥିବା ଅବଦାନ, ପାନୀୟ ଜଳ ଯୋଗାଣ ,ରାସ୍ତା ନିର୍ମାଣ ,ସ୍ୱାସ୍ଥ୍ୟ ସେବା ଓ ସରକାରୀ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ରେ ଦରିଦ୍ରତା ର ସୀମାରେଖା ତଳେ ଥିବା ଲୋକମାନଙ୍କୁ ସହାୟତା ପ୍ରଦାନ କରିବାରେ ଥିବା ତାଙ୍କ ଅବଦାନ ଓ ଆଳି ବିଧାୟକଙ୍କ ସହଯୋଗ ରେ ନିଜ ଅଧୁରା କାର୍ଯ୍ଯକୁ ପୁରା କରିବା ସହ ଅନ୍ୟ ଉନ୍ନୟନ କାରୀ ପ୍ରକଲ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ କରିବେ ବୋଲି ସେ ପ୍ରକାଶ କରିଥିଲେ l
ସେ ନିଜ ସମର୍ଥକ ମାନଙ୍କ ସହ ପଞ୍ଚାୟତ ର ଗାଁ ଗାଁ ବୁଲି ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଜନକଲ୍ୟାଣ ଯୋଜନା କିପରି ଲୋକମାନେ ପାଇବେ ସେ ନେଇ ବୁଝାଇଥିଲେ l ଏହାସହ ଯଦି ଆଳି ବିଧାୟକ ତଥା ଆମ ନେତା ସୁଯୋଗ ଦିଅନ୍ତି ବ୍ଲକ ପ୍ରତିଥିବା ଅଧୁରା ସ୍ୱପ୍ନ ପୂରଣ କରିବାରେ ସଫଳ ହେବେ ବୋଲି ସେ ପ୍ରକାଶ କରିଛନ୍ତି l