Odisha news

ଖୋଲ ମେଡ଼ିକାଲ କଲେଜ

0
ପଦିନୀ ପାଳରେ ମୋ ଘର
 ନୂଆ  କନିଆ ଡରେ ଛାନିଆ ।
  ତାକୁ ହେଲାଣି ଢେଙ୍ଗୁ ଜର
   ତା ଦେହ ହୁଏ ଥର ଥର ।
  ଘର ପାଖେ ନାହିଁ ଡାକ୍ତର
 କେମିତି ନେଵି ମୁଁ ସହର  ।
  ଗାଁ ଚାରି ପଟେ ଘେରା ନଦୀ
  ହଜିଯାଏ ମୋ ମନୁ ବୁଦ୍ଧି  ।
  ଆମ ରାଇଜର ରାଜଧାନୀ
 ଚକାଚକ‌ ରୋଡ଼ ସବୁଧନୀ ।
ଚାଲେଗାଡ଼ି ଏଠି ପିନପିନି
ଗାଁ ଲୋକେ ସବୁ ହିନି ମାନି    ।
 ଦେଖନ୍ତୁ ଭାବି ଏ ସରକାର
ଜୀବନ ଆମର ଦରକାର
ଵଢାଅ ଏ ପିଲାଙ୍କ ନଲେଜ
ଖୋଲ ମେଡିକାଲ କଲେଜ  ।
କେତେ ଯେ ଜୀବନ ବଞ୍ଚିଯିବ
ଶିକ୍ଷା ଦୀକ୍ଷା ସବୁ ବଢିଯିବ ।
ବେକାରୀ ହୋଇବେ ସବୁ ଦୂର
ହସ ଖୁସି ଭରିଯିବ ନଗର ।
    *****   ଅକ୍ଷୟ ପଣ୍ଡା
               ଆଳି କେନ୍ଦ୍ରାପଡ଼ା
Leave A Reply