ଅଯୋଧ୍ୟାରେ ରାମ ମନ୍ଦିର ପରେ ବର୍ତମାନ ଶ୍ରୀଲଙ୍କା ପ୍ରସ୍ତୁତି ଚାଲିଛି ଭବ୍ୟ ସୀତାଙ୍କ ମନ୍ଦିର, ଯେଉଁଠାରେ ଆଜି ମଧ୍ୟ ରହିଛି ହନୁମାନଙ୍କ ପାଦ ଚିହ୍ନ
ନୂଆଦିଲ୍ଲୀ – ଅଯୋଧ୍ୟା ରେ ରାମଲାଲା ଙ୍କ ମୂର୍ତି ସ୍ଥାପନା ପରେ ବର୍ତମାନ ଶ୍ରୀଲଙ୍କା ରେ ମଧ୍ୟ ମାତା ସୀତା ଙ୍କ ଭବ୍ୟ ମନ୍ଦିର ତିଆରି ହେଉଛି l ଶ୍ରୀଲଙ୍କା ରେ ମା ସୀତା ଙ୍କ ମୂର୍ତି ର ପ୍ରାଣ ପ୍ରତିଷ୍ଠା ଅଯୋଧ୍ୟାର ସରଜୁ ନଦୀ ରୁ ଜଳ ଯାଇ ତିଆରି ହେବ l ଏଥିପାଇଁ ସୀତା ଅମ୍ମାନ ମନ୍ଦିର ପ୍ରଶାସନ ପକ୍ଷରୁ ପତ୍ର ମଧ୍ୟ ଲେଖା ଯାଇହି, ଏଥିପାଇଁ ପ୍ରଶାସନ ପକ୍ଷରୁ ମଞ୍ଜୁରୀ ମଧ୍ୟ ମିଳି ସାରିଛି l ବର୍ତମାନ ମନ୍ଦିର ପ୍ରଶାସନ ପକ୍ଷରୁ ଗୋଟିଏ ଦଳ ମଇ ୧୫ ତାରିଖ ରେ ଆସି ଅଯୋଧ୍ୟାରେ ପହଂଚିବେ l
ଏବଂ ୨୧ ଲିଟର ଜଳ ନେଇ ଶ୍ରୀଲଙ୍କା ଯିବେ l ୟୁପି ସରକାର ମଧ୍ୟ ଏହି ପବିତ୍ର ଜଳକୁ କଳସ ରେ ଉପଲବ୍ଧ କରାଇବେ ଏବଂ ଶ୍ରୀଲଙ୍କା ପଠାଇବାର ବ୍ୟବସ୍ଥା କରିବେ l ଶ୍ରୀରାମ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଏହି ପବିତ୍ର ନଦୀର ଜଳ ଉଭୟ ଦେଶକୁ ଯୋଡିବାର କାର୍ଯ୍ୟ କରିବ l ଏହି ଭବ୍ୟ ମନ୍ଦିର ର କାର୍ଯ୍ୟ କ୍ରମରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଭାରତର ପ୍ରତିନିଧିତ୍ବ କରିବେ l ଶ୍ରୀଲଙ୍କାର ନୁବାରା ଇଲିୟା ର ପାହାଡ଼ ମଧ୍ୟରେ ସୀତା ଅମ୍ମନ ମନ୍ଦିର ତିଆରି ହେବ l କୁହାଯାଉଛି ଯେ ରାମାୟଣ ରେ ଯେଉଁ ଅଶୋକ ବାଟିକା ବିଷୟରେ କୁଜିଛି ଏହା ସେହି ସ୍ଥାନ ଅଟେ l ଯେଉଁଠାରେ ରାବଣ ମା ସୀତାଙ୍କୁ ବନ୍ଦୀ କରି ରଖିଥିଲା l ଏବଂ ହନୁମାନ ମା ସୀତା ଙ୍କୁ ଅନୁସନ୍ଧାନ କରିବା ସମୟ ରେ ଏହି ସ୍ଥାନ କୁ ଆସିଥିଲେ l ଆଜି ମଧ୍ୟ ଏଠାରେ ହନୁମାନ ଙ୍କ ପାଦ ଚିହ୍ନ ରହିଛି ବୋଲି କୁହାଯାଉଛି l