ଆଜି ହେଉଛି ପ୍ରଭୁ ଶ୍ରୀରାମ ଙ୍କ ର ପ୍ରାଣପ୍ରତିଷ୍ଠା ଉତ୍ସବ …
ଖୁବ ଶୀଘ୍ର ପୂର୍ଣ୍ଣ ହେବାକୁ ଯାଉଛି ସମସ୍ତ ଙ୍କ ମନୋସ୍କାମନା …
ଯାହାକୁ ନେଇ କେବଳ ଭାରତ ନୁହେଁ, ସାରା ବିଶ୍ୱବାସୀତ୍ ଚଳଚଞ୍ଚଳ….
ପ୍ରଭୁ ଶ୍ରୀରାମ ଙ୍କ ପ୍ରାଣପ୍ରତିଷ୍ଠା ପାଇଁ ସାରା ବିଶ୍ୱରୁ ଶ୍ରଦ୍ଧାଳୁ ମାନେ ନିଜ ଖୁସି ଅନୁସାରେ କିଛି ନା କିଛି ପ୍ରଭୁଙ୍କ ପାଇଁ ଉପହାର ଭାବରେ ପଠାଇଛନ୍ତି l ଏହି ଉପହାର କୌଣସି ନିର୍ଦ୍ଧିଷ୍ଟ ଜାତି ବା ଧର୍ମ ରୁ ଆସିନାହିଁ l ଏହା ସର୍ବ ଧର୍ମ ସମିଳିତ ରୁ ଆସିଛି l
ଜାନୁଆରୀ ୨୨ ତାରିଖ ରେ ପ୍ରାଣପ୍ରତିଷ୍ଠା ଉତ୍ସବ ସମାପନ ହେବା ପରେ ୨୩ ତାରିଖ ରୁ ସାଧାରଣ ନାଗରିକ ଙ୍କ ପାଇଁ ମନ୍ଦିର ଖୋଲା ରହିବ l ଏବଂ ସମସ୍ତେ ପ୍ରଭୁ ଶ୍ରୀରାମ ଙ୍କୁ ଦର୍ଶନ କରିପାରିବେ l
କିନ୍ତୁ ଏହି ସମୟରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି ଯେ କଣ କେବଳ ସନାତନ ଧର୍ମାବଲମ୍ବୀ ଲୋକେ ଶ୍ରୀରାମ ମନ୍ଦିର ମଧ୍ୟରେ ପ୍ରବେଶ କରିବେ ?
ମନ୍ଦିର ନିର୍ମାଣ ସମିତି ର ପ୍ରମୁଖ ନୁପେନ୍ଦ୍ର ମିଶ୍ରା ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି l ସେ କହିଛନ୍ତି ଏହା ସନାତନ ଙ୍କ ମନ୍ଦିର ଅଟେ ଓ ଏଠାକୁ ସର୍ବ ଧର୍ମ ର ଲୋକେ ଆସି ପାରିବେ ପ୍ରଭୁ ଶ୍ରୀରାମ ଙ୍କ ଦର୍ଶନ ପାଇଁ l କୌଣସି ବ୍ୟକ୍ତିକୁ ମନ୍ଦିର ଆସିବା ପାଇଁ କୌଣସି ନିର୍ଦ୍ଧିଷ୍ଟ ଧର୍ମ ଓ ଜାତିର ପରିଚୟ ପତ୍ର ର ଆବଶ୍ୟକତା ନାହିଁ l