Odisha news

ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ ଧର୍ମ ପରିବର୍ତ୍ତନ : ସହଯାଦ ରୁ ହେଲେ କରନ, ମା ଭଉଣୀ ମଧ୍ୟ ଆପଣାଇବେ ହିନ୍ଦୁ ଧର୍ମ

0

ନୂଆଦିଲ୍ଲୀ : ବର୍ତମାନ ସାରା ଦେଶ ରାମମୟ …
ସିଂହାସନ ରେ ପଦାର୍ପଣ କରିବେ ପ୍ରଭୁ ରାମ ଲାଲା …
ସମସ୍ତ ସନାତନ ଧର୍ମାବଲମ୍ବୀ ଙ୍କ ର ଅପେକ୍ଷା ରହିଛି ଜାନୁଆରୀ ୨୨ ତାରିଖ କୁ …

ସହରନପୁର ରୁ ରାମମନ୍ଦିର ଉଦ୍ଘାଟନ ପୂର୍ବରୁ ସାରଦା ନଗର ରେ ରହୁଥିବା ସହଯାଦ ନାମକ ଯୁବକ ନିଜର ଧର୍ମ ପରିବର୍ତ୍ତନ କରିଛନ୍ତି l ସହଯାଦ ଇସ୍ଲାମ ଧର୍ମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି l କେବଳ ଏତିକି ନୁହେଁ ଆଜ୍ଞା ସହଯାଦ ନିଜର ନାମ ମଧ୍ୟ ପରିବର୍ତ୍ତନ କରି କରଣ ଚୌଧୁରୀ ରଖିଛନ୍ତି l ସହରଣପୁର ରେ ଶ୍ରୀହରିଙ୍କ ମନ୍ଦିର ରେ ହିନ୍ଦୁ ସଂଗଠନ ର କିଛି କାର୍ଯ୍ୟକର୍ତା ସହଯାଦ ଙ୍କ ସୁଧୀ କରଣ କରିଛନ୍ତି ଏବଂ ତାଙ୍କ ଦ୍ୱାରା ହବନ ପୂଜନ ମଧ୍ୟ କରାଇଛନ୍ତି l ମିଳିଥିବା ସୂଚନା ଅନୁସାରେ ସହଯାଦ କହିଛନ୍ତି ପିଲାଟି ଦିନରୁ ସେ ହିନ୍ଦୁ ଧର୍ମ ପ୍ରତି ଗଭୀର ଆସ୍ଥା ରଖିଥିଲେ l ରାମାୟଣ, ବେଦ, ପୁରାଣ ମଧ୍ୟ ପଢ଼ିଛନ୍ତି l ମା ଏବଂ ଭଉଣୀ ମଧ୍ୟ କରିଛନ୍ତି ଧର୍ମ ପରିବର୍ତ୍ତନ l ସହଯାଦ କହିଛନ୍ତି ତାଙ୍କ ମା ଭଉଣୀ ମଧ୍ୟ ଧର୍ମ ପରିବର୍ତ୍ତନ କରିବେ ଓ ସନାତନ ଧର୍ମର ମୁଖ୍ୟ ସ୍ରୋତ ରେ ସାମିଲ ହେବେ l କରଣ କହିଛନ୍ତି ଯେ ସେ କୌଣସି ଚାପ ରେ ଧର୍ମ ପରିବର୍ତ୍ତନ କରି ନାହାନ୍ତି l ସେ ସନାତନ ଧର୍ମ ପ୍ରତି ସମ୍ମାନ ରଖି ଏହି ନିଷ୍ପତି ନେଇଛନ୍ତି l

Leave A Reply