‘ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ମହଜୁଦ୍ ଅଛନ୍ତି, ଆତଙ୍କିତ ହେବାର କାରଣ ନାହିଁ’; ‘ଗ୍ରାଉଣ୍ଡ ଜିରୋ’ରେ ସ୍ଥିତି ଅନୁଧ୍ୟାନ କରି କହିଲେ ଏନ୍ଏସ୍ଏ ଅଜିତ ଡୋଭାଲ
ନୂଆଦିଲ୍ଲୀ: ଦଙ୍ଗାଗ୍ରସ୍ତ ଉତ୍ତରପୂର୍ବ ଦିଲ୍ଲୀର ଅଞ୍ଚଳ ସବୁକୁ ପରିଦର୍ଶନରେ ଯାଇ ‘ଗ୍ରାଉଣ୍ଡ ଜିରୋ’ରେ ସ୍ଥିତି ଅନୁଧ୍ୟାନ କରିବା ପରେ ଜାତୀୟ ସୁରକ୍ଷା ଉପଦେଷ୍ଟା (ଏନ୍ଏସ୍ଏ) ଅଜିତ ଡୋଭାଲ କହିଛନ୍ତି ଯେ ଘଟଣାସ୍ଥଳରେ ଯଥେଷ୍ଟ ସଂଖ୍ୟକ ସୁରକ୍ଷା କର୍ମୀ ମହଜୁଦ୍ ରହିବା ସହ ସ୍ଥିତିକୁ ନିୟନ୍ତ୍ରଣ କରୁଛନ୍ତି। ତେଣୁ, ଦଙ୍ଗାକୁ କେନ୍ଦ୍ର କରି କେହି ଭୟଭୀତ ବା ଆତଙ୍କିତ ହେବାର କୌଣସି କାରଣ ନାହିଁ। ତେବେ, ଦିଲ୍ଲୀ ପୁଲିସ୍ର ସାମର୍ଥ୍ୟ ଓ ଉଦ୍ଦେଶ୍ୟକୁ ଲୋକେ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। ଏଥିରୁ ସେମାନଙ୍କୁ ମୁକୁଳିବାକୁ ପଡ଼ିବ। ବର୍ତ୍ତମାନ ସମୟରେ ପୋଷାକଧାରୀ ସମସ୍ତ ସୁରକ୍ଷା କର୍ମୀଙ୍କୁ ସମସ୍ତେ ବିଶ୍ୱାସକୁ ନେବାର ଆବଶ୍ୟକତା ରହିଛି ବୋଲି ସ୍ପଷ୍ଟ କରି ଦେଇଛନ୍ତି ଏନ୍ଏସ୍ଏ ଡୋଭାଲ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରୁଥିବା ବିରୋଧୀ ବିପକ୍ଷବାଦୀ ଓ ଏହାକୁ ସମର୍ଥନ କରୁଥିବା ସପକ୍ଷବାଦୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ହିଂସା ଏବେ ଦଙ୍ଗାର ରୂପ ନେଇଛି। ଆଉ ଏହି ହିଂସା ଓ ଦଙ୍ଗାର ଶିକାର ହୋଇ ବର୍ତ୍ତମାନ ସୁଦ୍ଧା ୨୦ ଜଣ ପ୍ରାଣ ହରାଇ ସାରିଥିବା ବେଳେ ୨୦୦ରୁ ଅଧିକ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇ ବିଭିନ୍ନ ଚିକିତ୍ସାଳୟମାନଙ୍କରେ ଚିକିତ୍ସାଧୀନ ରହିଛନ୍ତି।

ଏ ପରିସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ସ୍ଥିତି କ୍ରମେ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ଦର୍ଶାଇ ଦିଲ୍ଲୀରେ ସେନା ମୁତୟନ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ।
I have been in touch wid large no of people whole nite. Situation alarming. Police, despite all its efforts, unable to control situation and instil confidence
Army shud be called in and curfew imposed in rest of affected areas immediately
Am writing to Hon’ble HM to this effect