Odisha news

୬୨ ବର୍ଷ ବୟସରେ ପ୍ଲାଙ୍କ୍‌ରେ ଗିନିଜ୍‌ ରେକର୍ଡ଼

0

ଆମେରିକା : ଆମେରିକାର ୬୨ ବର୍ଷୀୟ ଜର୍ଜ ହୁଡ୍‌ ୮ ଘଣ୍ଟା ୧୫ ମିନିଟ୍‌ ୧୫ ସେକେଣ୍ଡ୍‌ ପର୍ଯ୍ୟନ୍ତ ପ୍ଲାଙ୍କ୍‌ ପୋଜିସନ୍‌ରେ ରହି ‘ଲଙ୍ଗେଷ୍ଟ୍‌ ମେଲ୍‌ ଆବଡମିନାଲ୍‌ ପ୍ଲାଙ୍କ୍‌’ରେ ଗିନିଜ୍‌ ବିଶ୍ୱ ରେକର୍ଡ଼ କରିଛନ୍ତି । ୨୦୧୬ରେ ଚୀନର ମାଓ ଉଇଡଙ୍ଗ୍‌ଙ୍କ ଆଠ ଘଣ୍ଟା ଏକ ମିନିଟ୍‌ ଓ ଏକ ସେକେଣ୍ଡ୍‌ର ରେକର୍ଡ଼ କରିଥିଲେ। ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ରହିଲେ ଯେକୌଣସି ବୟସରେ କିଛି ବି କରିହେବ ବୋଲି ଜର୍ଜ କହନ୍ତି । ୨୦୧୧ରେ ଜର୍ଜ ଘଣ୍ଟାଏ ୨୦ ମିନିଟ୍‌ ପ୍ଲାଙ୍କ୍‌ ପୋଜିସନ୍‌ରେ ରହିଥିଲେ ବି ରେକର୍ଡ଼ କରିପାରି ନ ଥିଲେ । ସେ ୧୮ ମାସ ପର୍ଯ୍ୟନ୍ତ ପ୍ରତିଦିନ ସାତ ଘଣ୍ଟା ଟ୍ରେନିଂ ନେଇ ସଫଳ ହୋଇଛନ୍ତି । ଘଣ୍ଟାଏରେ ଅଧିକ ପୁସ୍‌-ଅପ୍‌ କରି ଗିନିଜ୍‌ ରେକର୍ଡରେ ନିଜ ନାଁ ସାମିଲ୍‌ କରିବା ଜର୍ଜଙ୍କ ଆଗାମୀ ଲକ୍ଷ୍ୟ ।

Leave A Reply