ବନବିଭାଗ ଅଫିସ୍ ଆଗରେ ଧାରଣା ଦେଲେ ଗ୍ରାମବାସୀ : ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ଅଜୟ ଗିରଫ ହେବାର ୪ଦିନ ପରେ ବନବିଭାଗ ଅଫିସ୍ ଫେରାର ହୋଇଥିବା ନେଇ ବନବିଭାଗର ସୁଚନା
ରଣପୁର : ଦୀର୍ଘ ୧୨ବର୍ଷ ଧରି ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ଭାବେ କାର୍ଯ୍ୟ କରି ରଣପୁର ଅଂଚଳରେ ବେଶ୍ ପରିଚିତ ଲାଭ କରିଥିବା ପରିବେଶବିତି ଓ ପଶୁପ୍ରେମୀ ଅଜୟ ଦୀର୍ଘ ୫ ଦିନ ଧରି ରଣପୁର ବନବିଭାଗ ଦ୍ୱାରା ଅଟକ ଥିବାବେଳେ ଅଜୟଙ୍କ ଗିରଫକୁ ନେଇ ଗ୍ରାମବାସୀ ଓ ପରିବାର ବର୍ଗ ରଣପୁର ବନବିଭାଗ ଅଫିସ୍ ଆଗରେ ଧାରଣା ଦେଇଥିଲେ । କିନ୍ତୁ ରଣପୁର ବନବିଭାଗ ଗତ ୯ ତାରିଖ ରାତ୍ରିରେ ଅଜୟ ବନବିଭାଗ ଅଫିସ୍ ରୁ ଫେରାର ହୋଇଯାଇଥିବା ଜଣାପଡିଛି ।
ଅଜୟଙ୍କ ମା ପ୍ରମିଳାଙ୍କ ଅଭିଯୋଗ ଅନୁସାରେ ଗତ ୬ ତାରିଖ ରାତି ୧୨ଟା ସମୟରେ ୨ଜଣ ସାଧା ପୋଷାକଧାରୀ ବ୍ୟକ୍ତି ଅଜୟଙ୍କ ଘର କବାଟ ବାଡେଇ ଅଜୟଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନିଜକୁ ରଣପୁର ରେଂଜର ବୋଲି ପରିଚୟ ଦେଇ ଅଜୟଙ୍କ ମାଙ୍କୁ ଗାଳି ଗୁଲଜ କରିବା ସହ ଅଜୟଙ୍କୁ ଗାଡିରେ ବସାଇ ଉଠାଇ ଆଣିଥିଲେ ।
୭ ତାରିଖ ଦିନ ଅଜୟଙ୍କ ମା ରଣପୁର ବନବିଭାଗ ଅଫିସ୍ କୁ ଆସି କେଉଁ କେସ୍ ରେ ମୋ ପୁଅକୁ ଅଣାଯାଇଛି ପଚାରନ୍ତେ ତାଙ୍କୁ ସେଠାରୁ ଗାଳିମନ୍ଦ କରି ଘଉଡାଇ ଦିଆଯାଇଥିଲା । ଶେଷରେ ନିରୁପାୟ ହୋଇ ଅଜୟଙ୍କ ମା ପୁଅର ଜୀବନ ପ୍ରତି ବିପଦ ଥିବାରୁ ତାର ସୁରକ୍ଷା ପାଇଁ ୮ ତାରିଖ ଦିନ ରଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତେବେ ରେଂଜର ଓ ରଣପୁର ବନବିଭାଗ ଉଠାଇ ନେବାର ୫ ଦିନ ବିତିଯାଇଥିଲେ ମଧ୍ୟ ବନବିଭାଗ ଅଫିସ୍ ତରଫରୁ ଅଜୟଙ୍କ ପରିବାରକୁ କୌଣସି ସୁଚନା ଦିଆଯାଇ ନଥିବାରୁ ବାଧ୍ୟହୋଇ ଅଜୟଙ୍କ ପରିବାର ଓ ଗ୍ରାମବାସୀ ବନବିଭାଗ ଅଫିସ୍ ଆଗରେ ଧାରଣାରେ ବସିଥିଲେ ।
ତେବେ ରଣପୁର ବନବିଭାଗ ଅଧିକାରୀ ଅଜୟ ଗତକାଲି ରାତିରୁ ଫେରାର ହୋଇଯାଇଥିବା କହିବା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ପରେ ରଣପୁର ଆଇ.ଆଇ.ସି ରଶ୍ମିରଂଜନ ଦାଶ ସେଠାରେ ପହଁଚି ଲୋକଙ୍କୁ ବୁଝାସୁଝା କରି ଖୁବ୍ ଶୀଘ୍ର ଅଜୟଙ୍କୁ ଖୋଜାଖୋଜି କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପାଇଁ ପ୍ରତିଶୃତି ଦେବାପରେ ଧାରଣାରୁ ହଟିଥିଲେ । ତେବେ ପ୍ରଶ୍ନ ଉଠୁଛି ଗତ ୪ଦିନ ଧରି କେଉଁ ଆଧାରରେ ପରିବାର ଲୋକଙ୍କୁ ନଜଣାଇ ଅଜୟଙ୍କୁ ବନବିଭାଗ ଅଟକ ରଖିଥିଲା ଏବଂ ବନବିଭାଗଠାରୁ କେମିତି ଅଜୟ ଖସି ପଳାଇଗଲେ ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ବେଳେ ଗ୍ରାମବାସୀ ଓ ଅଜୟଙ୍କ ପରିବାର ଅଜୟଙ୍କ ଜୀବନ ବିପଦ ଅଛି ବୋଲି କହି ବନବିଭାଗ ଜାଣିଶୁଣି ମୋ ପୁଅକୁ କେଉଁଆଡେ ନେଇ ମାରି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ।