Odisha news

ସନ୍ଦେହ ଘେରରେ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ଅଜୟ : ଅପହରଣ ହୋଇଥିବା ନେଇ ରଣପୁର ଥାନାରେ ଏତଲା ଦେଲେ ଅଜୟଙ୍କ ମା

0

ରଣପୁର :  ଦୀର୍ଘଦିନ ଧରି ସ୍ନେକ୍ସ ହେଲ୍ପଲାଇନ୍ ସଦସ୍ୟ ଭାବେ କାର୍ଯ୍ୟକରୁଥିବା ବଳଭଦ୍ରପୁର ଗ୍ରାମପଂଚାୟତ ର ନନ୍ଦପୁର ଗ୍ରାମର ଅଜୟ କୁମାର ଦାସ ରଣପୁର ଓ ଏହାର ଆଖପାଖ ଅଂଚଳରୁ ବିଷଧର ସାପ ଯଥା କିଙ୍ଗକୋବ୍ରା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଜାତି ର ସାପଙ୍କୁ ଧରି ଲୋକଙ୍କୁ ବିପଦ ମୁହଁରୁ ବଂଚାଇ ଜଙ୍ଗଲରେ ଛାଡୁଥିଲେ । ଏଥିପାଇଁ ଅଜୟଙ୍କ ରଣପୁର ଅଂଚଳରେ ବେଶ୍ ସୁନାମ ଅଛି ଏବଂ ସେ ଜଣେ ପଶୁପ୍ରେମୀ ଥିଲେ । ତେବେ ଗତ ୬ ତାରିଖରୁ ରାତ୍ରି ୧୧ଟା ସମୟରେ ଅଜୟଙ୍କୁ ଉଠାଇ ନିଆଯାଇଥିବା ନେଇ ରଣପୁର ଥାନାରେ ଅଜୟଙ୍କ ମା ପ୍ରମିଳା ଅଭିଯୋଗ କରିଥିବା ଜଣା ପଡିଛି ।

ଅଭିଯୋଗ ଅନୁସାରେ ତା.୬/୮/୨୦୨୦ରିଖ ରାତି ୧୧ଟା ସମୟରେ ଅଜୟଙ୍କ ନାମଧରି ତାଙ୍ଗଘର କବାଟ ବାଡେଇଥିଲେ । ଏହାଶୁଣି କାହାଘରେ ସାପ ପସିଥିବା ଭାବି ଅଜୟ ଓ ତାଙ୍କ ମା ଆସି କବାଟ ଖୋଲିବାରେ ହଠାତ୍ ୨ଜଣ ସାଧା ପୋଷାକଧାରୀ ବ୍ୟକ୍ତି ୨ଟି ପିସ୍ତଲ ଧରି ଜୋର ଜବରଦସ୍ତ ତାଙ୍କ ଘର ଭତରେ ପଶି ତାଙ୍କ ପୁଅ ଅଜୟ ମୁଣ୍ଡରେ ବନ୍ଧୁକ ଲଗାଇ ଘରୁ ଉଠାଇ ନେବାକୁ ଚେଷ୍ଟା କରିବାରେ ତାଙ୍କ ମା ପ୍ରମିଳା ପ୍ରତିରୋଧ କରିବାରୁ ସାଧା ପୋଷାକଧାରୀ ବ୍ୟକ୍ତି ନିଜକୁ ରଣପୁର ରେଂଜର କହି ତାଙ୍କୁ ଗାଳିମନ୍ଦ କରିଥିଲେ ଏବଂ ତାଙ୍କୁ ପୁଅ ଅଜୟଙ୍କୁ ଜୋର ଜବରଦସ୍ତ ଗାଡିରେ ବସାଇ ନେଇଯାଇଥିଲେ ।

ତା ପରଦିନ ୭ ତାରିଖ ସିନ ରଣପୁର ରେଂଜର ଅଫିସ୍ କୁ ଆସି ମୋ ପୁଅ ଅଜୟ କୋଉଠି ଅଛି ପଚାରିବାରୁ ସେଠାରେ କୌଣସି ଉତ୍ତର ପାଇନଥିଲେ ଏବଂ ଅଜୟଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲାବେଳେ ତାଙ୍କ ମା ପ୍ରମିଳା କୌଣସି ଖୋଜ୍ ଖବର ନ ପାଇ ବାଧ୍ୟ ହୋଇ ୮ ତାରିଖ ଦିନ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି । ତେବେ ଏ ନେଇ ଆମ୍ଭେ ରଣପୁର ବନବିଭାଗ ଅଧିକାରୀଙ୍କୁ ଯୋଗା ଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ଫୋନ୍ ଲାଗିନଥିଲା । ତେବେ ପ୍ରଶ୍ନ ଉଠୁଛି କି ଅଜୟଙ୍କୁ ବନବିଭାଗ ନାମ କହି ଅପହରଣ କରାଯାଇଅଛି ନା ବନବିଭାଗ ଦ୍ୱାରା ଗିରଫ ହୋଇଛନ୍ତି । ଯାହାକୁ ନେଇ ପରିବାର ଲୋକ ସନେ୍ଦହ କରିବା ସହ ତାଙ୍କ ସମସ୍ତ ପରିବାର ବର୍ଗ ଦଃୁଶ୍ଚିନ୍ତାରେ ରହିଛନ୍ତି ।

Leave A Reply