Odisha news

ଶୌଚାଳୟରେ ମିଳିଲା ନବଜାତ ଶିଶୁ : ବିମାନବନ୍ଦର କତୃପକ୍ଷ ଯାଞ୍ଚ କଲେ ମହିଳାଙ୍କ ଯୌନାଙ୍ଗ

0

ନୂଆଦିଲ୍ଲୀ :କତରର ଦୋହା ବିମାନ ବନ୍ଦରରେ ମହିଳା ଯାତ୍ରୀଙ୍କର ସମ୍ବେଦନଶୀଳ ସ୍ଥାନକୁ ଆକ୍ରମକ ଭାବରେ ଯାଞ୍ଚ କରିବା ଦ୍ୱାରା ବିବାଦ ଉପୁଜିଛି l ମିଳିଥିବା ସୂଚନା ଅନୁସାରେ କତର ବିମାନ ବନ୍ଦରର ଶୌଚାଳୟ ଭିତରେ ଗୋଟିଏ ନବଜାତକ ଶିଶୁ ମିଳିଥିଲା ,ଏହା ପରେ ଦୋହା ବିମାନ ବନ୍ଦରର ଅଧିକାରୀ ମାନେ ମହିଳା ମାନଙ୍କର ଜବରଦସ୍ତ ସମ୍ବେଦନଶୀଳ ସ୍ଥାନକୁ ଯାଞ୍ଚ କରିବା ପାଇଁ ବାଧ୍ୟ କରିଥିଲେ l ଅଷ୍ଟ୍ରେଲିଆର ବିଦେଶମନ୍ତ୍ରୀ ମରିସେ ତାଙ୍କ ସମ୍ବିଧାନରେ କହିଥିଲେ ଯେ ପାଖାପାଖି ୧୦ଟି ବିମାନର ମହିଳା ଯାତ୍ରୀଙ୍କୁ ଯାଞ୍ଚ କରାଯାଇଥିଲା ,ଯାହା ଏକ ଆକ୍ରମକ ପରିସ୍ଥିତି ସୃଷ୍ଟି କରିଥିଲା l

ଅଷ୍ଟ୍ରେଲିଆର ବିଦେଶମନ୍ତ୍ରୀ କହିଛନ୍ତି ଅକ୍ଟୋବର ୨ ତାରିଖ ଦିନ ସିଡନି ଯିବାକୁ ଥିବା ୧୮ ଜଣ ମହିଳା ଓ ଫ୍ରାନ୍ସ ସମେତ ଅନ୍ୟ ବିଦେଶୀ ମହିଳା ଯାତ୍ରୀ ଏହି ଯାଞ୍ଚର ଶିକାର ହୋଇଛନ୍ତି l ଏହି ଘଟଣା ପରେ ବର୍ତ୍ତମନ ଅଂଟ୍ରେଲିଆ ଓ କତର ମଧ୍ୟରେ ରାଜନୈତିକ ବିବାଦ ଦେଖା ଦେଇଛି l ଅଷ୍ଟ୍ରେଲିଆ ଏହି ଘଟଣାର କଡା ବିରୋଧ କରିଛି l ଅଷ୍ଟ୍ରେଲିଆର ଅଧିକାରୀ ଅନ୍ୟ ଦେଶ ସହିତ ମିଶି ଏହି ବିଷୟରେ କାମ କରୁଛନ୍ତି ,ଯେଉଁ ମହିଳା ମାନେ ଏହି ଦୁର୍ବ୍ୟବହାରର ଶିକାର ହୋଇଛନ୍ତି l ଅଂଟ୍ରେଲିଆ ଚେଷ୍ଟା କରୁଛି ଯେ ଅନ୍ୟ ଦେଶ ମାନଙ୍କ ସହିତ ମିଳିତ ଭାବରେ ଏହି ମୁଦାକୁ କତରରେ ଉଠାଇବ l ଅଷ୍ଟ୍ରେଲିଆର ବିଦେଶମନ୍ତ୍ରୀ ରିପୋର୍ଟର ପ୍ରତୀକ୍ଷା କରିଛନ୍ତି l

ଏହା ପୂର୍ବରୁ ଦୋହରା ହମଦ ବିମାନ ବନ୍ଦରରେ ଏହି ଘଟଣାର ପୁଷ୍ଟି କରାଯାଇଥିଲା ,ଏହି ଘଟଣା ସେଠାରେ ଘଟିଥିଲା l କିନ୍ତୁ ସେମାନେ ବିସ୍ତୃତ ବିବରଣୀ ଦେବା ପାଇଁ ମନ କରି ଦେଲେ l ବିମାନ ବନ୍ଦର ପକ୍ଷରୁ ଅନୁରୋଧ କରାଯାଇଛି ଯେ ନବଜାତକର ମା ଆଗକୁ ଆସି ଶିଶୁଟିକୁ ଗ୍ରହଣ କରୁ l

Leave A Reply