Odisha news

ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ଦାବୀ ଜୋର ଧରିଲା

0

ଆଗରପଡ଼ା : ଆଗରପଡ଼ା ଠାରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ମାନ୍ୟବର ହାଇକୋର୍ଟ ସୁପରିଟେଣ୍ଡଣ୍ଟଙ୍କ ଚିଠି ନଂ ୪୭୦୭, ତା ୭-୫-୧୮ ମୂଳେ ଭଦ୍ରକ ସେସନ୍ସ ଜଜ ତାଙ୍କ ଚିଠି ନଂ ୪୮୪, ତା ୧୮-୨-୨୦ ରେ ଭଦ୍ରକ ଜିଲ୍ଲାପାଳଙ୍କୁ ନ୍ୟାୟାଳୟ ବିଷୟରେ ଜଣାଇଥିଲେ । ଭଦ୍ରକ ଜିଲ୍ଲାପାଳ ତାଙ୍କର ଚିଠି ନଂ ୨୯୧, ତା ୪-୩-୨୦ ରିଖରେ ଆଗରପଡ଼ାରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ନିମନ୍ତେ ମତାମତ ମାଗିଥିଲେ । ପରେ ପଦାଧିକାରୀମାନେ ଆଗରପଡ଼ାରେ ଚିହ୍ନିତ ବିଭିନ୍ନ ସ୍ଥାନ ଅନୁଧ୍ୟାନ କରିଥିଲେ ।

ଗ୍ରାମ୍ୟ ନ୍ୟାୟାଳୟ ନିର୍ମାଣ ନିମନ୍ତେ ଅନୁଦାନ ଆସି ସାରିଛି । ତେବେ ଲୋକଙ୍କ ସୁବିଧା ଦୃଷ୍ଟିରୁ ଅତିଶିଘ୍ର ଏକ ଅସ୍ଥାୟୀ ସ୍ଥାନରେ ଆସନ୍ତା ଅଗଷ୍ଟମାସ ପୂର୍ବରୁ ନ୍ୟାୟାଳୟ ଖୋଲାଯିବାକୁ ଆଗରପଡ଼ା ବାସୀଙ୍କ ତରଫରୁ ଦାବୀହେବା ପରେ ଐତିହାସିକ ଗାନ୍ଧିକର୍ମମନ୍ଦିର ପରିସରରେ ଆଜି ସାମ୍ବାଦିକ ହେମନ୍ତ ସିଂହ ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ଓଡ଼ିଶା ହାଇକୋର୍ଟର ଆଇନଜୀବି ମନୋଜ ରାୟ ଉପସ୍ଥିତ ରହି ଛୋଟଛୋଟ ମାମଲା ଗୁଡ଼ିକ ଏହି କୋର୍ଟରେ ଫଇସଲା ହେବାକୁ ଥିବା ବେଳେ ଲୋକମାନଙ୍କୁ ଆଉ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ ବୋଲି କହିଥିଲେ ।

ଆଇନଜୀବି ଚିନ୍ମୟ ମହାପାତ୍ର, ସୁରେନ୍ଦ୍ର କର, ସମାଜସେବୀ ଗଙ୍ଗାଧର ପତି, ଇଂ ମଧୁସୂଦନ ସାହୁ, ବରିଷ୍ଠ ନାଗରିକ କୈଳାସ ଚନ୍ଦ୍ର ଧଳ, ଶିକ୍ଷାବିତ ରଥ ବେହେରା, ରାମଚନ୍ଦ୍ର ନାୟକ, ସାମ୍ବାଦିକ ପ୍ରଦୁ୍ୟମ୍ନ ପୁହାଣ, ଅକ୍ଷୟ ସିଂହ, ଶିକ୍ଷାବିତ ଗୋପିନାଥ ଦାଶ, ସୁବାଷ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅସ୍ଥାୟୀ ଭାବେ ଏହି ଗ୍ରାମ୍ୟ ନ୍ୟାୟାଳୟ ପୁରୁଷଣ୍ଢ ଗ୍ରାମପଞ୍ଚାତସ୍ଥ ରାଜୀବ ଭବନ ଠାରେ ଖୋଲା ଯିବାକୁ ସ୍ଥିର କରାଯାଇ ବନ୍ତ ରେବକା ବିଲୁଙ୍ଗଙ୍କ ସହ ଆଲୋଚନା କରାଯାଇଥିଲା । ସେ ଖୁବ ଶିଘ୍ର ପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଥିଲେ । ପ୍ରକାଶଥାଉକି ତତକାଳୀନ ହାଇକୋର୍ଟର ଜଜ ଏ.କେ.ରଥଙ୍କୁ ଦେଖା କରି ଏହି ଗ୍ରାମ୍ୟ ନ୍ୟାୟାଳୟ ଆଗରପଡ଼ା ଠାରେ ଖୋଲା ଯିବାକୁ ଦାବୀ ହୋଇ ଆସିଥିଲା ।

 

Nalco

Leave A Reply