ଫୁଲନଖଣା : ବାରଙ୍ଗ ବ୍ଲକନଗରୀ ପଞ୍ଚାୟତ ଅନ୍ତର୍ଗତ ଅରିଲୋ ଗ୍ରାମର ସଂକ୍ରମିତ ବ୍ୟକ୍ତିଙ୍କ ପରିବାର ସଦସ୍ୟ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ମୋଟ ୮ ଜଣଙ୍କ ସ୍ୱାବ ନମୁନ ଆଜି ପରୀକ୍ଷା ପାଇଁ କଟକ ପଠାଯାଇଛି । ସେହିପରି ଡାକ୍ତରଖାନାର ୧୧ଜଣ କର୍ମଚାରୀଙ୍କ ମଧ୍ୟ ସ୍ୱାବ ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଛି ।
ଏହି ସମୟରେ ସେଠାରେ ବାରଙ୍ଗ ବ୍ଲକ ବିଡ଼ିଓ ପ୍ରଭାକର ପଣ୍ଡା, ମହୀଧରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଡାକ୍ତର ସୁଭାଷଚନ୍ଦ୍ର ଗୋଚ୍ଛାୟତ, ସରପଞ୍ଚଙ୍କ ପ୍ରତିନିଧି ନରେନ୍ଦ୍ର ପାତ୍ର, ସମିତି ସଦସ୍ୟଙ୍କ ପ୍ରତିନିଧି ଅଶୋକ ରଥ ଓ ରୋଗୀ କଲ୍ୟାଣ ସମିତି ସଦସ୍ୟମାନେ ଉପସ୍ଥିତ ଥିଲେ । ଗତକାଲି ଅରିଲୋ ଗ୍ରାମବାସୀଙ୍କ ସ୍ୱାବ ପରୀକ୍ଷା ପାଇଁ ଗ୍ରାମବାସୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଗ୍ରାମରେ ଦୁଇ ଘଣ୍ଟା ଅଟକ ରଖିଥିଲେ । ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା ।