Odisha news

ଏରୋବିକ୍ସ ସମ୍ପୁର୍ଣ୍ଣ ଶରୀର ଓ ମନକୁ ରଖିଥାଏ ଚାପମୁକ୍ତ ଓ ସୁସ୍ଥ : ରିସର୍ଚ୍ଚ 

0
ଆଜିକାଲି ଲୋକେ ନିଜ ଫିଟନେସ କୁ ନେଇ ଖୁବ ସତର୍କ ହୋଇ ଯାଇଛନ୍ତି l ପ୍ରାୟ ସମସ୍ତେ ନିଜ ସ୍ୱାସ୍ଥ୍ୟ ପ୍ରତି ବେଶ ସଜାଗ ହୋଇ ରହୁଛନ୍ତି l ତେଣୁ ନିଜକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାରର ଫିଜିକାଲ ଆକ୍ଟିଭିଟି କୁ ଗ୍ରହଣ କରୁଛନ୍ତି l ଯେପରିକି ଯୋଗାସନ କ୍ଳାସ, ଜିମ କ୍ଲାସ, ଇତ୍ୟାଦି l ଯେଉଁଥିରେ ଅନେକ ମାତ୍ରାରେ ମହିଳା ଓ ଝିଅମାନେ ଅଂଶ ଗ୍ରହଣ କରୁଛନ୍ତି l ସେଥି ମଧ୍ୟରୁ ଗୋଟିଏ ହେଲା ଏରୋବିକସ l ଏରୋବିକସ ଜରିଆରେ ଓଜନ ହ୍ରାସ ହେବା ସହିତ ମାନସିକ ଉତେଜନା ମଧ୍ୟ ଦୂର ହୋଇଥାଏ l ଏରୋବିକସ କରିବା ସମୟରେ ଶରୀରର ସମସ୍ତ ଅଙ୍ଗ ଆକ୍ଟିଭ ରହିଥାଏ ଓ ମାନସିକ ଚାପ ବିଶେଷ ଭାବରେ ଦୁରେଇ ଯାଇଥାଏ l
* ଏରୋବିକସ କରିବାର ସ୍ୱାସ୍ଥ୍ୟଗତ ଲାଭ –
– ଏରୋବିକସ ଗୋଟିଏ ଏଭଳି ଏକ୍ସରସାଇଜ ଅଟେ ଯେଉଁଥିରେ ମ୍ୟୁଜିକ ବା ସଙ୍ଗୀତର ବ୍ୟବହାର ହୋଇଥାଏ l ଏହି ସଂଗୀତ ର ତାଳେ ତାଳେ ସମସ୍ତେ ନୃତ୍ୟୁ କଲା ଭଳି ଏରୋବିକସ କରି ଥାଆନ୍ତି l ଯେଉଁଥିରେ ଶରୀରର ସମସ୍ତ ଅଙ୍ଗାର ବ୍ୟାୟାମ ନୃତ୍ୟ ଶୈଳୀ ରେ ହୋଇଥାଏ l
– ଏରୋବିକସ ଦ୍ୱାରା କାର୍ଡିଆକ ଏକ୍ସରସାଇଜ ଯାହାକି ହାର୍ଟ ପାଇଁ ନିହାତି ଆବଶ୍ୟକ ତାହା ଖୁବ ଭଲ ଭାବରେ ହୋଇଥାଏ l ଅର୍ଥାତ ଏରୋବିକସ ଦ୍ୱାରା ହାର୍ଟ ଉପରେ ସୁସ୍ଥ ପ୍ରଭାବ ପଡିଥାଏ ଓ ହାର୍ଟ ଠିକ ଭାବରେ ବ୍ଲଡ଼ ପମ୍ପିଂଙ୍ଗ କରିବାରେ ସକ୍ଷମ ହୋଇଥାଏ l
– ଏରୋବିକସ ଦ୍ୱାରା ମାନସିକ ଚାପ ଦୂର ହୋଇଥାଏ l କାହିଁକି ନା ଏରୋବିକ୍ସ ଗୋଟିଏ ଏଭଳି ବ୍ୟାୟାମ ଯାହାକୁ କି ନୃତ୍ୟ ଓ ସଂଗୀତ ଜରିଆରେ କରାଯାଇ ଥାଏ ଏବଂ ଏହା ଏହା ମନକୁ ଉତଫୁଲ୍ଲିତ ରଖିବାରେ ସକ୍ଷମ ହୋଇଥାଏ l  ସଂଗୀତ ଓ ନୃତ୍ୟ ର ସକାରାତ୍ମକ ପ୍ରଭାବ ଶରୀର ଓ ମନ ଉପରେ ପଡିଥାଏ l
– ଏରୋବିକ୍ସ ଗୋଟିଏ ଏଭଳି ବ୍ୟାୟାମ କରିବାର ମାଧ୍ୟମ ଅଟେ ଯାହାକି ଏକକାଳୀନ ମସ୍ତିଷ୍କ, ହାର୍ଟ, ଶରୀର ସବୁ ଗୁଡିକୁ ପ୍ରଭାବିତ କରେ l  ଏରୋବିକ୍ସ ମାଧ୍ୟମ ରେ ଶରୀରରେ ହାପି ହର୍ମୋନ ସିକ୍ରେସନ ହୋଇଥାଏ ଓ ମନ ଏବଂ ମସ୍ତିଷ୍କ ଚାପ ମୁକ୍ତ ରହିଥାଏ l
– ଏରୋବିକ୍ସ ଦ୍ୱାରା ଅଣ୍ଟା, ଜଙ୍ଘ, ଆଣ୍ଠୁ, ପେଟ , ପିଠି ସମସ୍ତ ସ୍ଥାନର ଚର୍ବି ହ୍ରାସ ହେବାରେ ସାହାଯ୍ୟ କରିଥାଏ l ସମୁଦାୟ ଭାବରେ ଦେଖିବାକୁ ଗଲେ ଏରୋବିକ୍ସ ସମ୍ପୂର୍ଣ ଶରୀର ଓ ମନକୁ ସୁସ୍ଥ ରଖିବାର ଗୋଟିଏ ସୁନ୍ଦର ମାଧ୍ୟମ l
ପୁଷ୍ଟିକରଣ :- ଏହି ସମସ୍ତ ତଥ୍ୟ ସୋସିଆଲ ମିଡିଆ ଓ ଇଣ୍ଟର୍ନେଟ ଜରିଆରେ ପ୍ରାପ୍ତ ହୋଇଥିବା ସୂଚନା ଆଧାରରେ ଦିଆ ହୋଇଛି l ତେଣୁ ଏଥିପାଇଁ  ସକାଳଖବର ଦାୟୀ ନୁହେଁ l

Leave A Reply