Odisha news

ଅକ୍ଟୋବର ୧୪ ତାରିଖର ସୂର୍ଯ୍ୟଗ୍ରହଣ ଭାରତ ଉପରେ କିପରି ରହିବ ଏହାର ପ୍ରଭାବ

0

ଚଳିତ ଥର ମହାଳୟା ଅମାବାସ୍ୟା ଅକ୍ଟୋବର ୧୪ ତାରିଖ ରେ ଅନୁଷ୍ଠିତ ହେବ ଏବଂ ଏହିଦିନ ବର୍ଷର ଶେଷ ଶନି ଅମାବାସ୍ୟା ମଧ୍ୟ ଅନୁଷ୍ଠିତ ହେବ l ମହାଳୟା ଅମାବାସ୍ୟା ରେ ସୂର୍ଯ୍ୟ ଗ୍ରହଣ ର ସଂଯୋଗ ଘଟୁଛି l ହିନ୍ଦୁ ଧର୍ମରେ ଅମାବାସ୍ୟା ଦିନର ଖୁବ ମହତ୍ୱ ରହିଥାଏ l ଏହିଦିନ ବିଭିନ୍ନ ପୂଜାପାଠ ର ମହତ୍ୱ ରହିଥାଏ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହାଳୟା ଅମାବାସ୍ୟା ଦିନ ଅପରପକ୍ଷ ଶ୍ରାଦ୍ଧ ର ଶେଷ ଦିନ ଅଟେ l

ମୁହୂର୍ତ୍ତ – ଶନି ଅମାବାସ୍ୟା ର ମୁହୂର୍ତ୍ତ ଅକ୍ଟୋବର ୧୩ ତାରିଖ ରାତି ୯ ଟା ୫୦ ମିନିଟ ରେ ଆରମ୍ଭ ହୋଇ ଅକ୍ଟୋବର ୧୪ ତାରିଖ ୧୧ ଟା ୨୪ ମିନିଟ ରେ ସମାପ୍ତ ହୋଇଥାଏ l

* ଏହିଦିନ ଅମାବାସ୍ୟା ସଂଯୋଗ ରହିଥିବା କାରଣରୁ ସୂର୍ଯ୍ୟପରାଗ ର ସଂଯୋଗ ଘଟୁଛି l କିନ୍ତୁ ଚଳିତ ଥର ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟ ହେବନାହିଁ l କିନ୍ତୁ ବିଦେଶ ରେ ଏହା ଦେଖାଯିବ l ଭାରତରେ ଦେଖା ଯାଉନଥିବା କାରଣରୁ ଏହା ଗ୍ରହଣୀୟ ନୁହେଁ l

* କିନ୍ତୁ ଏହା ଭାରତରେ ଦେଖା ନଗଲେ ମଧ୍ୟ ସନାତନ ଧର୍ମ ଅନୁସାରେ ଗ୍ରହଣ ସମୟରେ ସାବଧାନ ରହିବା ନିହାତି ଆବଶ୍ୟକ l ଏହି ସମୟରେ ବିଶେଷ ଭାବେ ଈଶ୍ୱରଙ୍କୁ ଧ୍ୟାନ କରିବା ଜରୁରୀ l

* ସୂର୍ଯ୍ୟପରାଗ ସମୟ ରେ କଦାପି ଆମିଷ ଭକ୍ଷଣ କରିବା ଉଚିତ ନୁହେ, ଏହା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ l

* ଅମାବାସ୍ୟା ଦିନ ପବିତ୍ର ନଦୀ ରେ ସ୍ନାନ, ଦାନ ଓ ତର୍ପଣ ର ଅନେକ ମହତ୍ୱ ରହିଛି , ତେଣୁ ଏହିଦିନ ଅପରପକ୍ଷ ଶ୍ରାଦ୍ଧ ସମାପ୍ତ ହେଉଥିବା କାରଣରୁ ଏହାକୁ ବିଶେଷ ଗୁରୁତ୍ୱ ଦିଆଯାଇ ଥାଏ l

ପୁଷ୍ଟିକରଣ :- ଏହି ସମସ୍ତ ତଥ୍ୟ ସୋସିଆଲ ମିଡିଆ ଓ ଇଣ୍ଟର୍ନେଟ ଜରିଆରେ ପ୍ରାପ୍ତ ହୋଇଥିବା ସୂଚନା ଆଧାରରେ ଦିଆ ହୋଇଛି l ତେଣୁ ଏଥିପାଇଁ ସକାଳଖବର ଦାୟୀ ନୁହେଁ l

Leave A Reply