ନବରାତ୍ରି ୯ଦିନର ଗୋଟିଏ ମହାପର୍ବ ଅଟେ l ଯେଉଁଥିରେ ୯ ଦିନ ପର୍ଯ୍ୟନ୍ତ ଦେବୀ ମାନଙ୍କର ଅଲଗା ଅଲଗା ସ୍ୱରୂପର ପୂଜା କରାଯାଇଥାଏ l ଏହି ୯ ଟି ସ୍ୱରୂପ କୁ ମହାଶକ୍ତି କୁହାଯାଇ ଥାଏ l ନବରାତ୍ରୀରେ ମୁଖ୍ୟତଃ ୩ଟି ଦେବୀଙ୍କୁ ନଅଦିନ ଧରି ପୂଜାର୍ଚନା କରାଯାଇ ଥାଏ l ସେ ହେଉଛନ୍ତି ପାର୍ବତୀ, ଲକ୍ଷ୍ମୀ ଓ ସରସ୍ବତୀ l ଯାହାଙ୍କୁ ନବଦୁର୍ଗା ନାମରେ ନାମିତ କରାଯାଇଥାଏ l ପ୍ରଥମ ୩ଦିନ ମା ପାର୍ବତୀଙ୍କ ୩ଟି ରୂପକୁ ପୂଜା କରାଯାଇ ଥାଏ, ମାଝୀର ୩ଦିନ ମା ଲକ୍ଷ୍ମୀ ଙ୍କ ସ୍ୱରୂପ ଓ ଶେଷ ୩ଦିନ ମା ସରସ୍ବତୀଙ୍କ ସ୍ୱରୂପ ପୂଜିତ ହୋଇଥାଆନ୍ତି l
ଦୁର୍ଗା ସପ୍ତସତୀ ଅନ୍ତର୍ଗତ ରେ ଦେବ ଦାନଵ ଙ୍କ ଯୁଦ୍ଧର ବିସ୍ତୃତ ଵର୍ଣ୍ଣନ ରହିଛି l ଏଥିରେ ଦେବୀ ଭଗବତୀ ଓ ମା ପାର୍ବତୀ କିଭଳି ଭାବରେ ଦେବତା ମାନଙ୍କ ସାମ୍ରାଜ୍ୟ ର ସ୍ଥାପିତ କରିବା ପାଇଁ ୩ ଲୋକରେ ଉତ୍ପାତ କରୁଥିବା ମହାଦାନଵ ମାନଙ୍କର ବିନାଶ କରିଥିଲେ ତାହା ବର୍ଣନା ହୋଇଛି l ତେଣୁ ଏହି କାରଣରୁ ଭାରତର ପ୍ରତ୍ୟେକ ସ୍ଥାନରେ ନବଦୁର୍ଗା ମନ୍ଦିର ସ୍ଥାପିତ ହୋଇଛି l
ନବରାତ୍ରି ଆକଟିବାର ୧୫ ତାରିଖ ଠାରୁ ଆରମ୍ଭ ହେଉଛି ଏବଂ ଏହା ଅକ୍ଟୋବର ୨୩ ତାରିଖ ରେ ସମାପନ ହେବ l ବର୍ଷରେ ୨ଥର ନବରାତ୍ରି ପାଳିତ ହୋଇଥାଏ, ଗୋଟିଏ ହେଉଛି ଶାରଦୀୟ ନବରାତ୍ରି ଓ ଅନ୍ୟଟି ହେଉଛି ଚୈତ୍ର ନବରାତ୍ରି l ନବରାତ୍ରି ରେ ଦୁର୍ଗାସପ୍ତଶତୀ ପାଠ କରିବାର ନିୟମ ରହିଛି, ଯଦି ଆପଣ ଏହାକୁ ପାଠ କରି ପାରୁନାହାନ୍ତି ତେବେ ଏହି ଶ୍ଳୋକ ପାଠ କରନ୍ତୁ l
” ସର୍ବମଙ୍ଗଳମଙ୍ଗଳୟେ ଶିବେ ସର୍ବାର୍ଥସାଧିକେ , ଶରଣ୍ୟେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ l
ଶରଣାଙ୍ଗଗତଦିନ ଆର୍ତ୍ତ ପରିତ୍ରାଣ ପରାୟଣସର୍ବସ୍ୟାର୍ତିହରେ ଦେବୀ ନାରାୟଣୀ ନମୋସ୍ତୁତେ l
ସର୍ବସ୍ବରୁପେ ସର୍ବଶେ ସର୍ବଶକ୍ତିସମନ୍ବିତେ , ଭୟେଭ୍ୟାରତ୍ନାହି ନୋ ଦେବୀ ଦୁର୍ଜେ ଦେବୀ ନମୋସ୍ତୁତେ l ”
ଏମିତିରେ ଦେଖିବାକୁ ଗଲେ ଦୁର୍ଗା ଙ୍କର ୧୦୮ ନାମ ଉଚ୍ଚାରଣ କରାଯାଇ ଥାଏ l କିନ୍ତୁ ନବରାତ୍ରି ରେ ମାଙ୍କ ର ସ୍ଥୁଳ ରୂପରେ ଧ୍ୟାନ ରଖି ମାଙ୍କର ୯ ଟି ନାମର ପାଠ କରାଯାଇଥାଏ l ଏହାକୁ ଗୁପ୍ତ ମନ୍ତ୍ର କୁହାଯାଇ ଥାଏ ଓ ଏହି ମନ୍ତ୍ର ବ୍ରହ୍ମ ଦେବ ତାଙ୍କ ପୁତ୍ର ମାର୍କଣ୍ଡୟେ ରୁଷି ଙ୍କୁ ଦେଇଥିଲେ l ଏହାକୁ ଦେବୀ କବଚ ମଧ୍ୟ କୁହାଯାଇଥାଏ l
ପୁଷ୍ଟିକରଣ :- ଏହି ସମସ୍ତ ତଥ୍ୟ ସୋସିଆଲ ମିଡିଆ ଓ ଇଣ୍ଟର୍ନେଟ ଜରିଆରେ ପ୍ରାପ୍ତ ହୋଇଥିବା ସୂଚନା ଆଧାରରେ ଦିଆ ହୋଇଛି l ତେଣୁ ଏଥିପାଇଁ ସକାଳଖବର ଦାୟୀ ନୁହେଁ l