Odisha news

ଏହି ୨ପ୍ରକାର ମଣିଷଙ୍କୁ ଅନୁସରଣ କରି ଜୀବନରେ ସବୁ ପରିସ୍ଥିତିରେ ବିଜୟ ଲାଭ କରନ୍ତୁ

ଶାସ୍ତ୍ରରେ କୁହାଯାଇଛି ଆପଣଙ୍କର ବିଚାର ଯେତେ କଠୋର ହୋଇଥିଲେ ମଧ୍ୟ ଜୀବନର ସତ୍ୟତାକୁ ସବୁବେଳେ ଗ୍ରହଣ କରିବା ଆବଶ୍ୟକ l  ଆମେ ଦୈନଦିନ ଜୀବନରେ ଯେତେ ବ୍ୟସ୍ତ ରହିଥିଲେ ମଧ୍ୟ କେବେବି କିଛିଟା ସତ୍ୟତାକୁ ଆଡେଇ ଯିବା କଥାନୁହେଁ l ଯେଉଁ ବିଚାରକୁ ଆମେ ଅନୁସରଣ କଲେ ପ୍ରତେକ ପରିସ୍ଥିତିରେ ଆହ୍ୱାନକୁ ଗ୍ରହଣ କରି ଜୟଲାଭ କରିବା l ଜିତେଣୁକରୀ ଜୀବନରେ ତିନିଟି ଜିନିଷକୁ ଧ୍ୟାନରେ ରଖିବା ଆବଶ୍ୟକ l

* ସର୍ବ ପ୍ରଥମେ ହାରିଯାଇଥିବା ବ୍ୟକ୍ତିର ଉପଦେଶକୁ ଜୀବନରେ ଗ୍ରହଣ କରିବା ବଶ୍ୟକ l କାରଣ ମନୁଷ୍ୟ ଜୀବନରେ ଯେତେବେଳେ ଭାବିଥାଏ ଯେ ଆଗକୁ ବଢି ପାରିବି ନାହିଁ ସେତେବେଳେ ଏହିଭଳି ବ୍ୟକ୍ତି ମାନଙ୍କର ପରାମର୍ଶର ଆବଶ୍ୟକତା ପଡିଥାଏ l କାରଣ ଯେଉଁ ବ୍ୟକ୍ତି ଜୀବନରେ ହାରିଥାଏ ସେ ନିଜର ସଂଘର୍ଷର ପ୍ରତ୍ୱେକଟି କଥାକୁ ଆପଣଙ୍କ ଆଗରେ କହିଦେଇ ପରେ l ସେହି ଭଳି ବ୍ୟକ୍ତି ଆପଣଙ୍କୁ ଜୀବନରେ କେବେବି ଭୁଲ କରିବାକୁ ଦେବା ନାହିଁ l

* ଦ୍ୱିତୀୟଟି ହେଲା ଜିତିଥିବା ବ୍ୟକ୍ତିର ବିଜୟର ଅନୁଭବ l କାରଣ ବିଜୟର ସ୍ୱାଦ ପ୍ରତ୍ୱେକଟି ବ୍ୟକ୍ତି ଲାଭ କରିବାକୁ ଚାହିଁଥାନ୍ତି l ପ୍ରତେକ ମଣିଷ ଜୀବନରେ ଚାହେଁ ନିଜ ଲକ୍ଷ ସ୍ଥଳରେ ପହଂଚିବା ପାଇଁ l ଯଦି ଆପଣ ଜୀବନରେ ଏପରି କିଛି କରିବାକୁ ଚାହୁଁଛନ୍ତି ତେବେ ବିଜୟ ଲାଭ କରିଥିବା ବ୍ୟକ୍ତିର ଅନୁଭବକୁ ନିଶ୍ଚିନ୍ତ ଶୁଣନ୍ତୁ ଯାହା ଆପଣଙ୍କୁ ଉତ୍ସାହ ଦେବା ସହିତ ଉନ୍ନତିର ସ୍ଥଳରେ ପହଂଚିବ l

* ତୃତୀୟଟି ହେଲା ଆପଣଙ୍କ ନିଜର ବୁଦ୍ଧି l ଯଦି ପ୍ରଥମ ଦୁଇଟିକୁ ଆପଣ ନିଜ ମନ ଭିତରେ ଭାରି ନେଇଛନ୍ତି ତେବେ ତୃତୀୟ ଟିକୁ ମଧ୍ୟ ନିଜ ମସ୍ତିଷ୍କରେ ମଧ୍ୟ ସ୍ଥାନ ଦିଅନ୍ତୁ l ସବୁବେଳେ ପ୍ରଥମ ଦୁଇଟି କଥାକୁ ମାନେ ରଖି ନିଜ ମସ୍ତିଷ୍କର ଉପଯୋଗ କରନ୍ତୁ l ସର୍ବପ୍ରଥମେ ଆପଣଙ୍କ ମସ୍ତିସ୍କ ଶାନ୍ତ ରହିବ ମଧ୍ୟ ନିହାତି ଆବଶ୍ୟକ ଅଟେ l କାରଣ ଶାନ୍ତ ରହିବ ଅବସ୍ଥାରେ ଆପଣ ଅନେକ ଗୁଡିଏ ଠିକ ନିଷ୍ପତି ନେଇ ପାରିବେ ଓ ନିଜ ଲକ୍ଷ ସ୍ଥଳରେ ପହଞ୍ଚିପାରିବେ l

Comments are closed.