ଆମେ ସମସ୍ତେ ଜାଣିଛୁ ଯେ କିଡ୍ନୀ ଆମ ଶରୀରର ସବୁଠାରୁ ମହତ୍ୱପୂର୍ଣ୍ଣ ଅଙ୍ଗ ଅଟେ ଓ ଆମ ଶରୀରର କେଉଁ କେଉଁ କାମରେ ଆସିଥାଏ l କିଡ୍ନୀ ଆମ ଶରୀରରୁ ଖରାପ ଜିନିଷକୁ ହଟାଇବାର କାମ କରିଥାଏ ଏବଂ ରକ୍ତରେ ହେଉଥିବା ଟକ୍ସିନକୁ ଶରୀରରୁ ବାହାରକୁ ବାହାର କରିଥାଏ l ତା ସହିତ କିଡ୍ନୀ ରକ୍ତ ଚାପକୁ ମଧ୍ୟ ସନ୍ତୁଳିତ ରଖିଥାଏ ,ଶରୀରରେ ପ୍ରସ୍ତୁତ ହେଉଥିବା ମାରାତ୍ମକ ୟୁରିଆ ଓ ୟୁରିକ ଏସିଡକୁ ପରିସ୍ରା ଦ୍ୱାରା ବାହାର କରିଥାଏ l ଅଟେ ଗୁଡିଏ କାର୍ଯ୍ୟ କରିବା ସହିତ ମଧ୍ୟ କିଡ୍ନୀ ବିଭିନ୍ନ ପ୍ରକାରର ପୋଷାକ ତତ୍ଵକୁ ରକ୍ତରୁ ଅବଶୋଷିତା କରି ଶରୀରର ପ୍ରତେକ ଭାଗରେ ପହଂଚାଇଥାଏ l
ଅଟେ ଗୁଡିଏ କାମ କରୁଥିବା କିଡ୍ନୀର ଉନ୍ନତ ଦେଖା ଚାହାଁ କରିବା ନିହାତି ଆବଶ୍ୟକ l ତେଣୁ ଆସନ୍ତୁ ଜାଣିବା ପ୍ରାକୃତିକ ଉପାୟରେ କିଡ୍ନୀର ଯତ୍ନ କିପରି ନେବା l
* ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଜରୁରୀ- କିଡ୍ନୀକୁ ସୁସ୍ଥ ରଖିବା ପାଇଁ ଓ ସଫା ରଖିବା ପାଇଁ ପ୍ରତେକ ଦିନ ଉଚିତ ମାତ୍ରାରେ ପାଣି ପିଇବା ଆବଶ୍ୟକ ,ପାଣି ପିଇବା ଦ୍ୱାରା କିଡ୍ନୀର ସମସ୍ତ କାର୍ଯ୍ୟ ଠିକ ଭାବରେ ହୋଇଥାଏ l ଆମେ ଯଦି ପ୍ରତେକ ଦିନ ଉଚିତ ମାତ୍ରାରେ ପାଣି ନପିଇ ଥାଉ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ଜମା ହେବାକୁ ଲାଗେ l ଯାହା ଶରୀର ପାଇଁ କ୍ଷତିକାରକ ଅଟେ l ପ୍ରତେକ ଦିନ ଅତି କମରେ ଦୁଇ ଲିଟର ପାଣି ପିଇବା ଆବଶ୍ୟକ l
* ଫଳ ରସ ପିଇବା ଜରୁରୀ ଅଟେ -କିଡ୍ନୀକୁ ସଫା ରଖିବା ପାଇଁ ସାଇଟ୍ରିକ ଏସିଡ ଯୁକ୍ତ ଭରପୁର ଜୁସ ସେବନ କରିବା ଉଚିତ ଯେପରି କି ଲେମ୍ଭୁ ,କମଳା ଚେରି ଇତ୍ୟାଦି l ଏପରି କରିବା ଦ୍ୱାରା କିଡନୀରେ ଷ୍ଟୋନ ହେବାର ଆଶଙ୍କା କମ ରହିଥାଏ l ଅଙ୍ଗୁର ଓ କେନବେରି ଖାଇବା ଦ୍ୱାରା କିଡ୍ନୀ ସଫା ରହିଥାଏ l
* ଶସ୍ୟ ଜାତୀୟ ଜିନିଷ ଖାଇବା ଆବଶ୍ୟକ -ଅନେକ ପ୍ରକାରର ଶସ୍ୟ ଜାତୀୟ ଜିନିଷ ମଧ୍ୟ କିଡ୍ନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l ଯେପରି କି ଚିନାବାଦାମ ,କଖାରୁ ମଞ୍ଜି ,ବିନ୍ସ ମଞ୍ଜି,ରାଜମା କିଡ୍ନୀକୁ ସୁସ୍ଥ ରଖିବାରେ ସହାୟକ ହୋଇ ଥାନ୍ତି l ତା ସହିତ ଅଦା ,ବିଟ ରୁଟର ରସ କିଡ୍ନୀ ପାଇଁ ନିହାତି ଆବଶ୍ୟକ l
Comments are closed.