ନୂଆଦିଲ୍ଲୀ :ଇଂଲଣ୍ଡର ଜଣେ ମହିଳା ନିଜ ଝିଅର ପୁରୁଷ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ରହିଛନ୍ତି l ୪୪ ବର୍ଷୀୟା ଜର୍ଜିନା ୨୯ ବର୍ଷୀୟ ରାୟନଙ୍କ ସହିତ ସମ୍ପର୍କରେ ରହିଛନ୍ତି l ମିଳିଥିବା ସୂଚନା ଅନୁସାରେ ରାୟନ ନିଜର ଗର୍ଭବତୀ ପାର୍ଟନରଙ୍କୁ ବିଶ୍ୱାସ ଘାତକତା କରି ତାଙ୍କ ମା ଜର୍ଜିନା ଙ୍କ ସହିତ ସମ୍ବନ୍ଧ ରଖିଥିଲେ l ରାୟନ ଜ୍ୱାର୍ଜିନl ଙ୍କ ସହିତ ନିଜର ସମ୍ପର୍କକୁ ଗ୍ରହଣ ମଧ୍ୟ କରିଛନ୍ତି l
ସେ କହିଛନ୍ତି ମୁଁ ଜର୍ଜିନା ଙ୍କୁ ପ୍ରେମ କରୁଛି ବୋଲି ଦୁନିଆ ଆଗରେ କହିବାକୁ ଚାହୁଁଛି l ମତେ ଫରକ ପଡୁନି ଦୁନିଆରେ କିଏ କଣ କହିବ l ଅନ୍ୟ ଲୋକ ମାନଙ୍କର ମନ୍ତବ୍ୟ ମୋ ଉପରେ କିଛି ଫରକ ପକାଇବା ନାହିଁ l ବର୍ତମାନ ଜର୍ଜିନା ଙ୍କ ସହିତ ରାୟନଙ୍କ ସହିତ ରହୁଛନ୍ତି l ଜର୍ଜିନା କହିଛନ୍ତି ବେଳେବେଳେ ଏହି ଭଳି ହୋଇଯାଇଥାଏ l
ଆପଣଙ୍କୁ ଜଣା ପଡି ନଥାଏ ପ୍ରେମ କେତେବେଳେ ହୋଇ ଯାଇଥାଏ l ଜର୍ଜିନା ଙ୍କ ଝିଅ ଜେସ କହିଛନ୍ତି ବର୍ତମାନ ମୁଁ ସମ୍ପୂର୍ଣ ଭାଙ୍ଗି ପଡିଛି l ଜେସ କହିଛନ୍ତି ରାୟନ ଓ ତାଙ୍କ ମା ରୋଷେଇ ଘରେ ବସି ଭୋଡକା ପିଉଥିଲେ କେତେବେଳେ ଏମିତି ସେମାନଙ୍କ ଭିତରେ ଏମିତି ପ୍ରେମ ହୋଇଗଲା ମୁଁ ଜାଣି ପାରିଲିନି l ଯେତେବେଳେ ଜେସ ଗର୍ଭବତୀ ହୋଇଥିଲେ ସେତେବେଳେ ତାଙ୍କୁ ରାୟନ କହିଥିଲେ ଆମେ ତମ ମାତାପିତାଙ୍କ ଘରେ ରହିବା l ରହିବାର କିଛି ଦିନ ପରେ ରାୟନ ଓ ଜର୍ଜିନାଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା l
ଜେସଙ୍କ ପିତା ଏହି ଖବରକୁ ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ l ଜେସ ଯେତେବେଳେ ନିଜର ଶିଶୁକୁ ଜନ୍ମ ଦେଇ ଘରକୁ ଫେରୁଥିଲେ ସେତେବେଳେ ଶୁଣିଲେ ରାୟନ ଓ ଜେସଙ୍କ ମା ଆଉ ଗୋଟିଏ ଘରକୁ ସ୍ଥାନାନ୍ତର ହୋଇ ଯାଇଛନ୍ତି l ଜେସ ବର୍ତ୍ତମାନ ଭାବୁଛନ୍ତି ନିଜ ମାଙ୍କର ଦୋଷ ଦେବେ ନା ରାୟନଙ୍କର ଦୋଷ ଦେବେ l
Comments are closed.