Odisha news

ଆଧାର କାର୍ଡରେ ଭୁଲ ଅଛିକି ନାମ, ଠିକଣା ଓ ଜନ୍ମ ତାରିଖ, ତେବେ ବର୍ତମାନ ମାତ୍ର ଗୋଟିଏ ସେକେଣ୍ଡ ରେ mAadhaarApp  ଜରିଆରେ କରନ୍ତୁ ଠିକ

0

ନୂଆଦିଲ୍ଲୀ : ଆଧାର ବିନା କୌଣସି ଜରୁରୀ କାର୍ଯ୍ୟ ହୋଇପାରିବ ନାହିଁ l ସରକାରୀ କାମ ହେଉକି ବ୍ୟକ୍ତିଗତ କାର୍ଯ୍ୟ, ସମସ୍ତ ସ୍ଥାନରେ ଆଧାର କାର୍ଡ ଜରୁରୀ ଡକୁମେଣ୍ଟ ହୋଇ ଯାଇଛି l କିନ୍ତୁ ଅଧିକାଂଶ ସମୟରେ ଆମେ ଆଧାର କାର୍ଡ ରେ ଭୁଲ ତଥ୍ୟ ଦେଇ ଦେଇଥାଉ, ଯାହାକୁ ନେଇ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ l

ଯଦି ଆପଣଙ୍କ ଆଧାରକାର୍ଡ଼ ରେ କୌଣସି ତ୍ରୁଟି ରହିଛି ତାହାକୁ ଯଥା ଶୀଘ୍ର ଠିକ କରି ନିଅନ୍ତୁ, ନଚେତ ଅସୁବିଧାରେ ପଡି ପାରନ୍ତି l ଆପଣ ବର୍ତମାନ ଏହି କାର୍ଯ୍ୟକୁ କେବଳ mAadhaarApp ଜରିଆରେ କରି ପାରିବେ l ଏହି ଆପ ଜରିଆରେ ଖୁବ ସହଜରେ ଓ ଖୁବ ଶୀଘ୍ର ଆପଣ ଏହାକୁ କରିପାରିବେ l

ସେଥିପାଇଁ ଆପଣ ସର୍ବପ୍ରଥମେ ପ୍ଲେ ଷ୍ଟୋର ରେ mAadhaarApp ଡାଉନଲୋଡ଼ କରିବାକୁ ପଡିବ l

– ଏହାପରେ https://tinyurl.com/yx32kkeq  ଆଣ୍ଡ୍ରୋଏଡ ଫୋନ ରେ କ୍ଲିକ କରନ୍ତୁ l

– ଏହାପରେ ଆପଣ ‘ରେଜିଷ୍ଟାର ମାଇଁ ଆଧାର ‘ ଉପରେ କ୍ଲିକ କରିବେ ନିଜର ଆଧାର ନମ୍ବର ଓ ମୋବାଇଲ ନମ୍ବର ଦେବେ, ଯେଉଁଠାରେ ଆପଣଙ୍କୁ OTP ମିଳିବ l OTP ଦରଜ କରିବା ପରେ mAadhaarApp ରେ ଲଗ ଇନ କରି ପାରିବେ l

– ଲଗ ଇନ କରିବା ପରେ ଆପଣଙ୍କ ଆଧାର କାର୍ଡ ଆପଣଙ୍କୁ ଆପ ରେ ଦେଖାଯିବ l ଯେଉଁଠାରେ ଆପଣ ନିଜର ସମ୍ପୂର୍ଣ ନାଁ ଓ ଆଧାର ସଂଖ୍ୟାର ଶେଷ ୪ ଟି ସଂଖ୍ୟାକୁ ଦେଖି ପାରିବେ l

– ଏହାପରେ mAadhaarApp ରେ କ୍ଲିକ କଲେ ଆପଣଙ୍କୁ ଆଧାର ଅପଡେଟ ଫର୍ମ ଦେଖାଯିବ l ଏହାପରେ ଆପଣଙ୍କୁ ଆଉ ଗୋଟିଏ OTP ମିଳିବ l OTP ଆସିବା ପରେ ଅପଡେଟ ୱାଇଣ୍ଡ ଖୋଲିଯିବ l ଏହାପରେ ଆପଣ ନିଜର ଅପଡେଟ କରିପାରିବେ l ସେଥିପାଇଁ ଆପଣଙ୍କୁ ୫୦ ଟଙ୍କା ଚାର୍ଜ ଦେବାକୁ ପଡିବ l

Leave A Reply