ନୂଆଦିଲ୍ଲୀ : ଆଧାର କାର୍ଡ ଆଜିକାଲି ର ସବୁଠୁ ଅଧିକ ବ୍ୟବହୃତ ଓ ମୂଲ୍ୟବାନ ପରିଚୟ ପତ୍ର । ଏହା ବିନା ଆପଣଙ୍କ ର କୌଣସି ସରକାରୀ କାର୍ଯ୍ୟ ହୋଇ ପାରିବ ନାହିଁ କିମ୍ବା ଆପଣ କରାଇ ପାରିବେ ନାହିଁ ।
କିନ୍ତୁ ବେଳେବେଳେ ଆମ ଆଧାର କାର୍ଡ ର ଭୁଲ୍ ଭାବରେ ବ୍ୟବହାର ସାଇବର ଠକ ଙ୍କ ଦ୍ଵାରା କରାଯାଇ ଥାଏ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ଆଧାର କାର୍ଡ ଭୁଲ୍ ବ୍ୟବହାର ହେଉଛି କି, ଏହା ଜାଣିବା ପରେ ଆପଣ ଏହାର ଅଭିଯୋଗ ମଧ୍ୟ ସାଇବର ସେଲ ରେ କରି ପାରିବେ ।
UIDAI ଏହି ସୁବିଧାର ଲାଭ କିପରି ଅନଲାଇନ୍ ରେ ଉଠାଇବେ ସେ ସୁବିଧା ଦେଉଛି । ଆପଣ ଘରେ ବସି UIDAI ର ୱେବସାଇଟ uidai.gov.in କୁ ଯାଇ ଏହି ବିଷୟରେ ଜାଣି ପାରିବେ ।
– ସେଥିପାଇଁ uidai.gov.in କୁ ଯାଇ ହୋମ୍ ପେଜ୍ ରେ ଆଧାର ସର୍ଭିସେସ ତଳେ କ୍ଲିକ୍ କରି ଆଧାର ଆଥେଣ୍ଟିକେସନ୍ ଖୋଲନ୍ତୁ ।
– ଏହାପରେ ସେଠାରେ ଆପଣଙ୍କର ଆଧାର ନମ୍ୱର୍ ଲେଖିବା ପାଇଁ କୁହା ଯାଇଥିବ ତାହା ଲେଖିବେ ।
– ଏହି ସବୁ ତଥ୍ୟ ପ୍ରଦାନ ପରେ ଆପଣଙ୍କ ରେଜିଷ୍ଟର ନମ୍ୱର୍ ରେ ୱାନ୍ ଟାଇମ୍ ପାସ୍ ୱାର୍ଡ ଆସିବ ।
– ଓଟିପି ଭରିବା ପରେ ୟୁଜର ଙ୍କୁ ଆଥେଣ୍ଟିକେସନ୍ ଟାଇପ୍ ଓ ଡେଟ୍ ରେଞ୍ଜ ସହିତ ମଗା ଯାଇଥିବା ତଥ୍ୟ ଦେବାକୁ ପଡ଼ିବ ।
– ଏହାକୁ ଭେରିଫାଏ କରିବେ । ଏହା ପରେ ଆପଣଙ୍କ ସାମ୍ନା କୁ ଗୋଟିଏ ତାଲିକା ଆସିବ । ସେଥିରେ ୬ ମାସ ର ଆଧାର କାର୍ଡ ହିଷ୍ଟ୍ରୀ ଆସିବ ।
– ଏଥିରୁ ଆପଣ ଜାଣି ପାରିବେ ଆପଣଙ୍କ ଆଧାର କାର୍ଡ କେଉଁଠାରେ ଓ କେବେକେବେ ବ୍ୟବହାର ହୋଇଛି ।
ଯଦି ଆପଣ ଏହି ହୀଷ୍ଟ୍ରି ରୁ କିଛି ସୁରାଗ ପାଇବେ, ତେବେ ଟୋଲ୍ ଫ୍ରି ନମ୍ୱର୍ ୧୯୬୪ କୁ କଲ୍ କରନ୍ତୁ ଓ help@uidai.gov.in ରେ ମେଲ୍ କରିବେ ଓ ନିଜ ଅସୁବିଧା ବିଷୟରେ ଜଣାଇବେ ।