Odisha news

ବାଇକ ସହିତ ସାଇକେଲ ଧକ୍କା : ଦୁଇ ଗୁରୁତ୍ୱର

0
ଢ଼େଙ୍କିକୋଟ ତା ୪.୬. ୨୩ : ଢ଼େଙ୍କିକୋଟ ମାର୍କେଟ ସଂଲଘ୍ନ ଦଳେଇସାହି ନିକଟରେ ଥିବା ଖଣ୍ଟଘର ଛକରେ ଆଜି ରାତି ୯ ଟା ରେ ବାଇକ ସହିତ ସାଇକେଲ ମୁହାମୁହିଁ ଧକ୍କା ହେବାରୁ ଉଭୟ ବାଇକ ଓ ସାଇକେଲ ଆରୋହୀ ଗୁରୁତ୍ବର ଆହତ ହୋଇଛନ୍ତି l ବାଇକ ଆରୋହୀ ର ନାମ ବିଷ୍ଣୁ ନାଏକ, ଘର ଢ଼େଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଖଣ୍ଟଘର ଗ୍ରାମରେ ହୋଇଥିବା ବେଳେ ସାଇକେଲ ଆରୋହୀ ର ନାମ ରୁଦ୍ର ଦଳେଇ, ସେ ଉକ୍ତ ଦଳେଇ ସାହିର ବାସିନ୍ଦା l ତେବେ ରୁଦ୍ର ସାଇକେଲ ଯୋଗେ ଘରକୁ ଫେରିବାବେଳେ ବିଷ୍ଣୁ ନାଏକ ର ବାଇକ ସହିତ ଧକ୍କା ହୋଇଥିଲା l ଉଭୟ କୁ ଗୁରୁତ୍ୱର ଅବସ୍ତାରେ ଟୁଲଗେଟ୍ ର ଆମ୍ବୁଲାନ୍ସ ଯୋଗେ ଘଟଗାଁ ଗୋଷ୍ଠୀ ସ୍ବାସ୍ତ୍ୟ କେନ୍ଦ୍ରକୁ ପଠାଯାଇଛି l ଖବରପାଇ ଢ଼େଙ୍କିକୋଟ  ଫାଣ୍ଡି ପୁଲିସ୍ ଘଟଣାସ୍ତଳରେ ପହଂଚି ତଦନ୍ତ ଚାଲୁରଖିଛନ୍ତି l
Leave A Reply