Odisha news

ମୃତ ଅଜଣା ବ୍ୟକ୍ତିର ପରିଚୟ ମିଳିଲା, ମାନସିକ ବିକୃତି ଯୋଗୁଁ ମୃତ୍ୟୁ ମୁଖରେ ପଡ଼ିଥିବା ଅନୁମାନ କରୁଛି ପୋଲିସ

0
ଜମନକିରା,୪/୬: ଜମନକିରା ଥାନା ଗୌଡପାଲୀ ଫାଣ୍ଡି ଅନ୍ତର୍ଗତ ବଡରମା ମା” ଦୁର୍ଗା ମନ୍ଦିର ଠାରୁ ପ୍ରାୟ ୧ କିଲୋମିଟର ଦୂର ରାଜରାସ୍ତା ୫୩ ପୋଲ ତଳେ ପଡ଼ି ମୃତ୍ୟୁ ବରଣ କରିଥିବା ଅଜଣା ବ୍ୟକ୍ତିର ପରିଚୟ ମିଳିଲା। ସେ ଜମନକିରା ବ୍ଲକ କୁଲୁଣ୍ଡୀ ପଞ୍ଚାୟତ ମହୁଳମୁଣ୍ଡା ଗାଁର ବ୍ରହ୍ମା ମେହେର ବୋଲି ଜଣା ପଡିଛି। ତେବେ ସେ ମାନସିକ ରୋଗୀ ହୋଇଥିବା ବେଳେ ପୋଲ ତଳୁ ଖସି ପଡ଼ି ମୃତ୍ୟୁ ହୋଇଥାଇ ପାରେ ବୋଲି ଥାନା ଅଧିକାରୀ ପ୍ରେମଜିତ ଦାସ ପ୍ରକାଶ କରିଛନ୍ତି। ତେବେ ସେ ସମ୍ବଲପୁର ସ୍ଥିତ କୁଲୁଥକାନି ରେ ପରିବାର ସହ ରହୁଥିବା ବେଳେ କିପରି ଆସି ବଡରମା ମା” ଦୁର୍ଗା ମନ୍ଦିର ନିକଟସ୍ଥ ପୋଲ ତଳେ ମୃତ୍ୟୁ ହୋଇ ପଡ଼ିଥିଲା ସେ ନେଇ ଲୋକଙ୍କ ସନ୍ଧେହ ପ୍ରକାଶ ପାଉଛି। ଅଧିକ ତଦନ୍ତ ହେଲେ ଘଟଣା ସ୍ପଷ୍ଟ ହେବ ବୋଲି ଅଞ୍ଚଳବାସୀ ଆଲୋଚନା କରିଛନ୍ତି।
ସୂଚନା ଅନଯାୟୀ, ଗତ କାଲି ପୂର୍ବାହ୍ନରେ ମା” ଦୁର୍ଗା ମନ୍ଦିର ନିକଟସ୍ଥ ପୋଲ ତଳେ ଏକ ଅଜଣା ବ୍ୟକ୍ତିର ମୃତ ଦେହ ପଡ଼ିଥିବା ଜଣା ଯାଉଥିଲା। ସେ ଫିକା ନୀଳ ଓ ଧଳା ରଙ୍ଗର ଗାର ଗାର ଥିବା ସାର୍ଟ, ଧଳା ଗଞ୍ଜି, ଗାଢ଼ ନୀଳ ପ୍ୟାଣ୍ଟ୍, ବେକରେ ଲାଲ ରଙ୍ଗର ସୂତା ପିନ୍ଧିଥିବା ଦେଖାଯାଇଥିଲା। ବ୍ୟକ୍ତିର ବୟସ ୪୫ ରୁ ୫୦ ଭିତରେ ହେବ ବୋଲି ପୋଲିସ ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ଫଟୋ ପୋଷ୍ଟ କରିଥିଲା। ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ତେବେ ଗତକାଲି ପରିବାର ଲୋକ ଫଟୋ ଦେଖି ବ୍ରହ୍ମାଙ୍କର ମୃତ ଶରୀର ବୋଲି ଜାଣିଥିଲେ। ପରେ ପରିବାର ଲୋକେ ଜମନକିରା ଥାନା ସହ ଯୋଗାଯୋଗ କରି ବ୍ୟବଚ୍ଛେଦ ପରେ ଶବ ଗ୍ରହଣ କରିଥିଲେ।
Govt
Leave A Reply