ଜମନକିରା,୧୪/୫: ଜମନକିରା ଥାନା ଭୋଜପୁର କୁଚିଣ୍ଡା ରାସ୍ତା ଫୁଲକୁସମ ବୁଲାଣିରେ ନିୟନ୍ତ୍ରଣ ହରାଇ ଏକ ମହିନ୍ଦ୍ରା କାର ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହେବା ଫଳରେ ଗାଡ଼ିର ସମ୍ମୁଖ ଭାଗ ଚୁରମାର ହୋଇଯାଇଛି। ତେବେ ସୌଭାଗ୍ୟ ବଶତଃ ଚାଳକ ବଞ୍ଚିଯାଇଛନ୍ତି।
ସୂଚନା ଯୋଗ୍ୟ ଯେ, ଆଜି ପୂର୍ବାହ୍ନ ସାଢେ଼ ୧୦ ଟା ସମୟରେ ଜମନକିରା ନାରାୟଣ ପ୍ରଧାନ (୫୮) ନିଜ କାର ( ଓଡ଼ି୧୫ ଆର୍ ୮୪୪୭) କୌଣସି କାର୍ଯ୍ୟରେ କୁଚିଣ୍ଡାରୁ ଘରକୁ ଫେରୁଥିବା ବେଳେ କାର ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଶ୍ରୀ ପ୍ରଧାନଙ୍କ କୌଣସି କ୍ଷତି ହୋଇନଥିବା ଜଣାଯାଇଛି।