Odisha news

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଗୁରୁତର

0

ବୈଶିଙ୍ଗା/ବୈଶିଙ୍ଗା : ବୈଶିଙ୍ଗା ଥାନା ଅଧିନ ବୈଶିଙ୍ଗା -ମାଣତ୍ରୀ ରାସ୍ତାର ବଡାମ ଛକ ନିକଟରେ ଶୁକ୍ରବାର ରାତି ୯ ଘଟିକା ସମୟରେ ଏକ ଅଜଣା ଗାତି ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଭାବେ ଆହତ ହୋଇଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ କପ୍ତିପଦା ଅଞ୍ଚଳର  ସୀତାରାମ ମାରାଣ୍ଡି (୩୮) ଦୀର୍ଘଦିନ ଧରି ବୈଶିଙ୍ଗା ଥାନା ଅନ୍ତର୍ଗତ ବାମଡା ଗ୍ରାମରେ ରହୁଥିଲେ।ଶୁକ୍ରବାର ରାତି ୯ ଘଟିକା ସମୟରେ କପ୍ତିପଦା କୁ ଯାଉଥିବାବେଳେ ବଡାମ ଛକ ନିକଟରେ ପଛପଟୁ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ଦେଖି ଥାନାକୁ ଖବର ଦେବା ସହିତ ବୈଶିଙ୍ଗା ଡାକ୍ତରଖାନା କୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାଲେଶ୍ବର ପଠାଇ ଦିଆଯାଇଥିଲା।

Leave A Reply