ଦେଙ୍କିକୋଟ : ଦେଙ୍କିକୋଟ୍ ଫାଣ୍ଡି ଅନ୍ତର୍ଗତ କେତାଙ୍ଗ ଗ୍ରାମ ତଳ ସାହିର ସ୍ବାମୀ ସ୍ତ୍ରୀ ଦୁହେଁ ଆଜି ସଡକ ଦୁର୍ଘଟଣା ରେ ମୃତ୍ୟୁ ବରଣକରିଛନ୍ତି. ସମ୍ପୁର୍ଣ ଖବର୍ ନେବାରୁ ଜଣାଯାଏଯେ ଉକ୍ତ ଗ୍ରାମର ରାମଚନ୍ଦ୍ର ଗିରି କଂ ପୁତ୍ର ତାପସ ଗିରି (36) ତାଂକ ସ୍ତ୍ରୀ ଏକ ବାଇକ ଯୋଗେ ଆଜି ନିଜ ଗ୍ରାମ କେତାଙ୍ଗ ରୁ ଜୋଡ଼ା ଅଭିମୂଖେ ଯାଉଥିଲେ. ତାପସ ସେଠାରେ ଏକ ପ୍ଲାଣ୍ଟ ରେ କାମକରନ୍ତି. ତେବେ ଯିବାସମୟରେ ଝୁମ୍ପୁରା ଥାନା ଅର୍ଶଳା ନିକଟରେ ଏକ ଦ୍ରୁତଗାମୀ ବାଆର ଚକିଆ ଟ୍ରକ ତାଂକୁ ପଛପଟୁ ଧକ୍କା ଦେଇ ଚାଲିଯାଇଥିଲା . ଫଳରେ ଘଟଣାର ସ୍ତଳରେ ଉଭୟ ସ୍ବାମୀ ସ୍ତ୍ରୀ କଂ ମୃତ୍ୟୁ ହୋଇଯାଇଥିଲା. ପରେ ପରେ ସ୍ତାନିୟ ଲୋକମାନେ ରାଜପଥ ଅବରୋଧ କରିଥିଲେ. ରାସ୍ତା ର ଉଭୟ ପାର୍ଶ୍ବରେ ଗାଡିସବୁ ଅଟକି ରହିଥିଲା. ପରେ ପରେ ମୃତକ ପତିବାର ଲୋକକୁଂ ଖବର୍ ଦିଆଯାଇଥିଲା. ସ୍ତାନିୟ ପୁଲିସ ଘଟଣା ସ୍ତଳରେ ଉପସ୍ତିତ ଅଛନ୍ତି. ତେବେ ତାପସ ବାପା ମା ର ଏକମାତ୍ର ରୋଜଗାରିଆ ପୁଅ ଥିଲେ. ଗ୍ରାମରେ ଶୋକ ର ଛାୟା ଖେଳିଯାଇଛି.ତେବେ ଖବର୍ ନେବାରୁ ଜଣାଯାଏ ଧକ୍କା ଦେଇଥିବା ଟ୍ରକଟିକୁ ପୋଲିସ ବାଲିବନ୍ଦ ନିକଟରେ ଅଟକ ରଖିଛନ୍ତି.
Comments are closed.