ନୂଆଦିଲ୍ଲୀ : କୁହ ଯାଇଥାଏ ଯେ ପ୍ରେମ କୌଣସି ବୟସରେ କିମ୍ବା ଜାତି ଦେଖେ ନାହିଁ l ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝରାଖଣ୍ଡର ଗଢବା ଜିଲ୍ଲାରେ l ଯେଉଁଠି ଜଣେ ବୟସ୍କ ବ୍ୟକ୍ତି ନିଜର ସାମୁଦୁଣୀଙ୍କ ପ୍ରେମରେ ପଡି ୪୦ ବର୍ଷର ବିବାହକୁ ତିନି ତଲାକ ଦେଇଛନ୍ତି l ଗଢବା ଜିଲ୍ଲାର ସଦର ଥାନାରେ ତାଙ୍କର ପତ୍ନୀ ପହଂଚି ନ୍ୟାୟ ପାଇଁ ଗୁହାରି ଲଗାଇଛନ୍ତି l ଏହି ମାମଲା ବର୍ତ୍ତମାନ ଗୋଟିଏ ଅଲଗା ପ୍ରକାରର ମୋଡ ନେଇଛି ,କାରଣ ଭାରତରେ ତିନି ତଲାକ କାନୁନ ଉପରେ ପ୍ରତିବନ୍ଧକ ଲାଗ ଯାଇଛି l କିନ୍ତୁ ଆଜି ମଧ୍ୟ ଲୋକମାନେ ଏହି ନିୟମକୁ ବେଖାତିର କରି ତିନି ତଲାକ ଦେଉଛନ୍ତି l ମାମଲାଟି ବର୍ତ୍ତମାନ ସେଠାରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି l

ତଲାକ ଦେଇଥିବା ବ୍ୟକ୍ତି ଜଣଙ୍କ ହେଲେ ଅବଦୁଲ ଶେଖ ସାହ ତାଙ୍କର ବୟସ ୫୫ ବର୍ଷ ,ସେ ତାଙ୍କର ମଝିଆ ପୁଅର ଶାଶୁଙ୍କୁ ମନ ଦେଇ ବସିଛନ୍ତି ଯିଏ ତାଙ୍କର ସମ୍ପର୍କରେ ସମୁଦୁଣୀ ହେବେ l ଅବଦୁଲଙ୍କା ପତ୍ନୀ ଏହାକୁ ବିରୋଧ କରିଥିଲେ ,କିନ୍ତୁ ଅବଦୁଲ ରାଗିଯାଇ ତାଙ୍କୁ ତିନିଥର ତଲାକ ବୋଲି କହିଥିଲେ l ଏହା ଘଟିବ ପରେ ଅବଦୁଲଙ୍କ ପରିବାରରେ ଉତେଜନା ଦେଖା ଦେଇଥିଲା l ଏହା ସହିତ ଅବଦୁଲ ନିଜର ପତ୍ନୀ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ଘରୁ ବାହାର କରି ଦେଇଥିଲେ l ଘରର ସମସ୍ତ ସୁନା ଗହଣା ସହିତ ଅନ୍ୟ ସମସ୍ତ ମୂଲ୍ୟବାନ ପଦାର୍ଥ ନିଜ ପ୍ରେମିକ ତଥା ସମୁଦୁଣୀଙ୍କୁ ନେଇ ଦେଇଦେଇ ଥିଲେ l ଏହି ଘଟଣା ଘଟିବା ପରେ ପୁରା ପରିବାର ସହିତ ବୃଦ୍ଧା ମହିଳା ଥାନାର ଦ୍ୱାରସ୍ଥ ହୋଇ ସ୍ୱାମୀଙ୍କ ନାଁରେ ଏଫଆଇଆର  ଦର୍ଜ କରିଥିଲେ l ପୁଅମାନେ ମଧ୍ୟ ଏହି କଥାକୁ ନେଇ ପିତାଙ୍କ ଉପରେ ଆରୋପ ଲଗାଇଛନ୍ତି l

ଏହି ମାମଲାକୁ ନେଇ ପୋଲିସ ଆରୋପି ପିତାଙ୍କୁ ଯେତେବେଳେ ପଚରାଉଚରା କରିଥିଲା ସେ କହିଥିଲେ ଏପରି କିଛି ହୋଇନାହିଁ l ଏହି ମାମଲାର ପୋଲିସ ବର୍ତ୍ତମାନ ଖୋଳତାଡ଼ କରୁଛି l ଗୋଟିଏ ସମୟ ଥିଲା ପୁରା ଦେଶ ବିହାର ପାଟନାର ନିବାସୀ ବୃଦ୍ଧ ମଟୁକ ନାଥଙ୍କ ପ୍ରେମ ତାଙ୍କର ସ୍ତ୍ରୀ ପ୍ରତି କିପରି ଥିଲା ତାହା ଦେଖିଥିଲା l କିନ୍ତୁ ଝାରଖଣ୍ଡରେ ଏହି ପ୍ରେମ ଆଜି ଅଲଗା ପ୍ରକାରର ମୋଡ ନେଇଛି ଯାହା ନିୟମ ବିରୁଦ୍ଧ ଅଟେ l

LEAVE A REPLY

Please enter your comment!
Please enter your name here