Odisha news

ଦିଲ୍ଲୀ ରେ AAP ର ପରାଜୟ ପରେ ଆକ୍ସନ ମୋଡରେ CBI

0

ଦିଲ୍ଲୀ ବିଧାନସଭା ମତଦାନ ସରିଯାଇଛି, ଭାରତୀୟ ଜନତା ପାର୍ଟି ବିପୁଳ ଭୋଟ ରେ ବିଜୟ ଲାଭ କରିସାରିଛି , ଠିକ ଏହି ସମୟ ରେ CBI ବଡ଼ ଆକ୍ସନ ମୋଡରେ ଆସି ଯାଇଛି l କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ଭ୍ରଷ୍ଟାଚାର ମାମଲା ରେ ଦିଲ୍ଲୀ ପରିବହନ ବିଭାଗ ର ୬ଜଣ ଅଧିକାରୀ ଙ୍କୁ ଗିରଫ କରିସାରିଛି l ଏହା ରାଜଧାନୀ ଦିଲ୍ଲୀ ରେ ପ୍ରଥମ ବଡ଼ କାର୍ଯ୍ୟାନୁଷ୍ଠାନ l ସୂଚନା ଯୋଗ୍ୟ ଯେ ଏଜେନ୍ସି କୁ ଦିଲ୍ଲୀ ପରିବହନ ବିଭାଗ ରେ ଭ୍ରଷ୍ଟାଚାର କୁ ସୂଚନା ମିଳିଥିଲା, ଯେତେବେଳେ ସିବିଆଇ ଏହି ଅଭିଯୋଗ ଆଧାରରେ ଏହି ଅଫିସର ମାନଙ୍କ ଉପରେ ଯାଞ୍ଚ ଆରମ୍ଭ କରିଥିଲା ସେତେବେଳେ ଭ୍ରଷ୍ଟାଚାର ଓ ଲାଞ୍ଚ ନେବାର ପ୍ରମାଣ  ମିଳିଥିଲା l ଏହାପରେ ସିବିଆଇ ପକ୍ଷରୁ ୬ଜଣ ଅଫିସର ଙ୍କୁ ଗିରଫ କରାଯାଇ ଥିଲା l

ଦିଲ୍ଲୀ ପରିବହନ ବିଭାଗ ରେ ପୂର୍ବରୁ ମଧ୍ୟ ଭ୍ରଷ୍ଟାଚାର ର ଆରୋପ ଲାଗି ସାରିଛି, ବିଜେପି ଆପ ସରକାର ଙ୍କ ଉପରେ ଆରୋପ ଲଗାଇଥିଲା କି DTC ବସ କିଣିବାରେ ବଡ଼ ଧରଣର ଘୋଟଲା ହୋଇଛି l ବିଜେପି ର ଆରୋପ ପରେ ଦିଲ୍ଲୀ ର ଚିଫ ସେକ୍ରେଟାରୀ ଏଲଜୀ ଭିକେ ସକ୍ସେନା ଙ୍କୁ ଏହି ମାମଲା ରେ ସିବିଆଇ ଯାଞ୍ଚ ପାଇଁ ଅନୁରୋଧ କରିଥିଲl ବିଜେପି , ଏବଂ ଏଲଜୀ ମଧ୍ୟ ଅନୁମୋଦନ ଦେଇଥିଲେ ଯାଞ୍ଚ ପାଇଁ l ବର୍ତମାନ କେବଳ ଅପେକ୍ଷା ରହିଛି ଏହି ସିବିଆଇ ଯାଞ୍ଚ କେତେ ବାଟ ଯାଉଛି ?

Ad2
Leave A Reply