Odisha news

ମହାକୁମ୍ଭ ୨୦୨୫ : ମୁକେଶ ଅମ୍ବାନୀ ମହାକୁମ୍ଭ ରେ ପହଁଚିଲେ, ତେବେ VIP କଲଚର କେବେ ସମାପ୍ତ ହେବ ବୋଲି ସାଧାରଣ ଲୋକଙ୍କର ପ୍ରଶ୍ନ  

0

ପ୍ରୟାଗରାଜ ରେ ମହାକୁଂଭ ପ୍ରାୟ ୨୮ ଦିନ ହେବ ଚାଲିଛି, ଏହି ସମୟ ରେ ସରକାର ଙ୍କ ପକ୍ଷରୁ ସୂଚନା ଦିଆଯାଇଛି ଯେ ବର୍ତମାନ ସୁଧା ୪୦ କୋଟିରୁ ଉର୍ଧ୍ଵ ଭକ୍ତ ସଙ୍ଗମ ରେ ମହାସ୍ନାନ କରିସାରିଛନ୍ତି l କିନ୍ତୁ ଗତ କିଛିଦିନ ମଧ୍ୟରେ ଦଳାଚକଟା କୁ ନେଇ ସଙ୍ଗମ ରୁ ଯେଉଁ ଖବର ଆସିଛି ତାହା ଉଭୟ ଶାସନ ଓ ପ୍ରଶାସନ ର ମୁଣ୍ଡ ବ୍ୟଥା ର କାରଣ ହୋଇଛି l  ଏହାଛଡା କୁମ୍ଭ ରେ ଅବ୍ୟବସ୍ଥାର ଯେଉଁ ସ୍ଥିତି ତାହା କାହାକୁ ଅଛପା ନାହିଁ l ଏପରି ସ୍ଥିତିରେ କୁମ୍ଭ ରେ ଭିଆଇପି କଲଚର କୁ ନେଇ ଲଗାତାର ଜନସାଧାରଣ ଙ୍କ ଅସନ୍ତୋଷ ଦେଖା ଦେଉଛି l ସୋସିଆଲ ମିଡିଆରେ ଲୋକେ ସରକାର ଙ୍କ ବର୍ଷୁ ଛନ୍ତି l ଏହା ମଧ୍ୟରେ ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ମଧ୍ୟ କୁମ୍ଭ ରେ ପହଂଚି ସାରିଛନ୍ତି l ଏହାର ବିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ୟୁଜର୍ସ ଶାସନ ଓ ପ୍ରଶାସନ କୁ ପ୍ରଶ୍ନ ବାଣରେ ପୋତି ପକାଇଛନ୍ତି l

ନିୟୁଜ ଏଜେନ୍ସି ANI ନିକଟରେ ଗୋଟିଏ ଭିଡିଓ ଜାରି କରିଛି, ଯେଉଁଥିରେ ମୁକେଶ ଅମ୍ବାନୀ ନିଜ ସାନ ପୁଅ ଅନନ୍ତ ଅମ୍ବାନୀ ଙ୍କ ସହିତ ପ୍ରୟାଗରାଜ ରେ ପହଂଚିଛନ୍ତି l ଗୋଟିଏ ପଟରେ ଟାଇଟ ସିକ୍ୟୁରିଟି ମଧ୍ୟରେ ମୁକେଶ ଅମ୍ବାନୀ ଥିବା ବେଳେ ଅନ୍ୟ ପକ୍ଷରେ ବଡ଼ ବଡ଼ ଗାଡି ହେଲିପ୍ୟାଡ଼ ନିକଟରେ ପହଞ୍ଚିଥିଲା ମୁକେଶ ଅମ୍ବାନୀଙ୍କୁ ଆଣିବା ପାଇଁ l ଏବଂ ଏହାପରେ ମୁକେଶ ଅମ୍ବାନୀ ପୁଅ ଅନନ୍ତ ଅମ୍ବାନୀ ଙ୍କ ସହିତ କାର ରେ ବସି ଯାଉଥିବାର ଦେଖିବାକୁ ମିଳିଥିଲା l ଏହାକୁ ଲୋକଙ୍କ ମଧ୍ୟରେ ଭିଆଇପି କଲଚର କୁ ନେଇ ଅସନ୍ତୋଷ ଦେଖା ଦେଇଛଇ l

ଆମ ଦେଶରେ ଗୋଟିଏ ପଟରେ ସାଧାରଣ ନାଗରିକ ୩ଦିନ ଧରି ଭୋକ ଉପବାସ ରେ ଯାମ ରେ ଫସିରହିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ l କିମ୍ବା ସୋସିଆଲ ମିଡିଆରେ ମଧ୍ୟ କୌଣସି ପ୍ରତିକ୍ରିୟା ରହୁନାହିଁ l ଯେଉଁ ଦେଶର ସମ୍ବିଧାନ ନାଗରିକ ଙ୍କ ପାଇଁ ଉଚିତ ନ୍ୟାୟ ଦେଉଛି ବୋଲି କୁହାଯାଉଛି ସେହି ଦେଶରେ କେବେ ସମାପ୍ତ ହେବ ଏହି ଭିଆଇପି କଲଚର ର ? ଏଥିପାଇଁ କଣ କୌଣସି ନିୟମ ନାହିଁ ? ଯଦି କୁହାଯାଉଛି ନ୍ୟାୟ ବ୍ୟବସ୍ଥା ସମସ୍ତଙ୍କ ପାଇଁ ସମାନ ତେବେ ସାଧାରଣ ଲୋକ ଟିଏ କିଭଳି ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧାର ସମୁଖୀନ ହେଉଛି ?

Ad2
Leave A Reply