Odisha news

ଜୟପୁର ଠାରେ ମହିଳା ଅଦାଲତ ଉଦଘାଟିତ

0

ଜୟପୁର / ବୋରିଗୁମ୍ମା (K.sakil Dora )—- ଜୟପୁର ସ୍ଥିତ ଜିଲ୍ଲା ଜଜ କୋର୍ଟ ପରିସରରେ ଆଜି ମହିଳା ଅଦାଲତ ଭିଡିଓ କନଫେରେନ୍ସ ଜରିଆରେ ଓଡିଶା ହାଇକୋର୍ଟ ର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଡ଼.ଏସ.ମୁରଲୀଧର ଓ ମାନ୍ୟବର ଜଷ୍ଟିସ କୃଷ୍ଣରାମ ମହାପାତ୍ର ମିଳିତ ଭାବେ ଉଦଘାଟନ କରିଥିଲେ।ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ଦୌରା ଜଜ ଶ୍ରୀଯୁକ୍ତ ବିମଳ କୁମାର ଚାନ୍ଦ, କୋରାପୁଟ ଜିଲ୍ଲାର ଜିଲାପାଳ ଅବଦୁଲ ମହମ୍ମଦ ଅଖତର,କୋରାପୁଟ ଏସ ପି ବରୁଣ ଗୁଣ୍ଟୁପାଲି, ଭିଜିଲାନ୍ସ ଜଜ ରାଜେଶ ଏକ୍କା, ପରିବାର ଅଦାଲତ ଜଜ ଦିଗାମ୍ବର ପୃଷ୍ଟି, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ରାଜେଶ କୁମାର ନାୟାର, ରେଜିଷ୍ଟ୍ରର ଶରତ କୁମାର ଜେନା, ସିଭିଲ (ସିନିୟର ଡିଭିଜନ ) ଜଜ ମୂଷାରତ ଯହିନ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶୁଭଗୌତମ ମିଶ୍ର, ଏସ ଡ଼ି ଯେ ଏମ ଜନ୍ମେଜୟ ପଲେଇ,ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ଶ୍ରୀମତୀ ସୁନୀଲା ମିଶ୍ର, ପଲ୍ଲବୀ ପ୍ରିୟଦର୍ଶିନୀ ଦାସ, ତରୁଣ କୁମାର ଜେନା ଙ୍କ ସମେତ ଜୟପୁର ବାର ଆସୋସିଏସନ ର ଉପ ସଭାପତି ଶରତ କୁମାର ମାଝୀ, ସମ୍ପାଦକ ଆନାଳ ରଥ, ପବ୍ଲିକ ପ୍ରସିଚ୍ୟୁଟର ଶୈଳଜା ପଟ୍ଟନାୟକ ଓ ଜୟପୁର ବାର ର ଅନ୍ୟାନ୍ୟ ଆଇନଜୀବୀ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ନୂତନ ଭାବେ ମହିଳା ଅଦାଲତ ରେ ଯୋଗ ଦେଇଥିବା ମହିଳା ବିଚାରପତି ଅଞ୍ଜଳୀ ମାଛଖଣ୍ଡ ଙ୍କୁ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟ ର ରେଜିଷ୍ଟ୍ରର ଭିଡିଓ କନଫେରେନ୍ସ ମାଧ୍ୟମରେ ଶପଥ ପାଠ କରିଥିଲେ।ଏହି ମହିଳା ଅଦାଲତ ରେ ମହିଳା ମାନଙ୍କ ସମ୍ପର୍କିତ ବିଭିନ୍ନ ଫୌଜଦାରୀ ମାମଲା ,ଘରୋଇ ହିଂସା ଆଇନ, ମହିଳା ସମ୍ବନ୍ଧୀୟ ମାମଲା ଇତ୍ୟାଦି ଗୁଡିକ ର ତ୍ୱରିତ ବିଚାର କରାଯିବ।ଯାହା ଫଳରେ ପିଡିତା ମହିଳା ମାନେ ତ୍ୱରିତ ନ୍ୟାୟ ପାଇବା ପାଇଁ ସକ୍ଷମ ହୋଇପାରିବ।

ଏହି ଭିଡିଓ କନଫେରେନ୍ସ କାର୍ଯ୍ୟକ୍ରମ କୁ ଜିଲ୍ଲା ଅଦାଲତ ର ସିଷ୍ଟମ ଅଧିକାରୀ ରଜନୀକାନ୍ତ ଲିମା ଓ ଆଇ ଟି ସେକ୍ସନ ର ସମସ୍ତ କର୍ମକର୍ତ୍ତା ସୁଚାରୁ ରୂପେ ପରିଚାଳନା କରିଥିଲେ।ବର୍ତ୍ତମାନ ଏହି ମହିଳା ଅଦାଲତ ରେ କୋରାପୁଟ ଜିଲ୍ଲାର ମୋଟ ୫୮୧ ଟି ମହିଳା ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ମାମଲା ବିଚାରାଧୀନ ରହିଛି।ଏହି ଉଦଘାଟନୀ କାର୍ଯ୍ୟକ୍ରମ କୁ ଜିଲ୍ଲା ଅଦାଲତ ର ନ୍ୟାୟାଳୟ ପରିଚାଳକ ନିତ୍ୟାନନ୍ଦ ମହାନ୍ତି ,ସିରାସ୍ତାଦାର ଅନନ୍ତ ବିଜୟ, ଧୀବର ,ବରିଷ୍ଠ କିରାଣୀ ପ୍ରଦୀପ କୁମାର ମିଶ୍ର, ଶିବ ଚରଣ ଜେନା, ନାଜିର, ଏ .ରମେଶ କୁମାର ପ୍ରମୁଖ ପରିଚାଳନା କରିଥିଲେ।ଏତଦ ବ୍ୟତୀତ ଜିଲ୍ଲା କୋର୍ଟ ନିଜାରତ ସେକ୍ସନ ର ନାଏବ ନାଜିର,ଆସିଷ୍ଟେଣ୍ତ ନାଜିର ଙ୍କ ସମେତ ସମସ୍ତ ପ୍ରୋସେସ ସର୍ଭର ସହାୟତା କରିଥିଲେ।

Leave A Reply