କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ) : ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ରବିବାର ବେଗୁନିଆପଡ଼ା ବ୍ଳକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି।ପ୍ରଥମେ ବ୍ଲକର ବୁରୁଝରି ନିକଟସ୍ଥ ପାଇକପଡା ଗ୍ରାମ୍ୟ ଉନ୍ନୟନ ରାସ୍ତାର ଉନ୍ନତିକରଣ , ଦ୍ୱାରଶୁଣି ତାଳସର କେନାଲ ରାସ୍ତାର ଉନ୍ନତିକରଣ, ଶାଳିଆ ଡ୍ୟାମ ଶ୍ରଦ୍ଧାପୁର ବିଭାଜନର ମରାମତି ଓ ଉନ୍ନତିକରଣ ସହ ରାହାଡା ମେଡିକାଲ ପରିସରରେ ପ୍ରସୁତି ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହାପରେ ସଙ୍କୁଡ଼। ଶ୍ରୀ ଶ୍ରୀ ଧବଳେଶ୍ୱର ଙ୍କ ଉଦେଶ୍ୟରେ ଅନୁଷ୍ଠିତ ସାମାଜିକ ନାଟକ “ଜୀବନ ଜୁଆଖେଳ ” କୁ ଉଦଘାଟନ କରିଥିଲେ।ଏହି ଅବସରରେ ବେଗୁନିଆପଡା ପଂଚାୟତ ଯୁବ ଛାତ୍ର ବିଜେଡ଼ି ପକ୍ଷରୁ ବିଧାୟିକାଙ୍କୁ ସମ୍ବର୍ଦ୍ଦନା ଦିଆଯାଇଥିଲା। ସ୍ଥାନୀୟ କଲ୍ଯାଣ ମଣ୍ଡପ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଯୁବକ ଓ ଛାତ୍ର ସମାଜ ରାଜନୀତି ରେ ଜୋଗଦେବା ଅତି ଉତ୍ତମ କଥା ଏବଂ ଯୁବ ସମାଜ ଚାହିଁଲେ ପ୍ରତି କ୍ଷେତ୍ରରେ ପାରଦର୍ସିତା ଲାଭ କରିପାରିବେ ଓ ଏକ ଉତ୍ତମ ସମାଜ ଗଠନରେ ମୁଖ୍ୟ ଭୂମିକା ନେଇ ପାରିବେ ବୋଲି କହିଥିଲେ ବିଧାୟିକା। ଉପସ୍ଥିତ ଯୁବକ ମାନେ ବିଜେଡି ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସଭାରେ ଉପସ୍ଥିତ ହୋଇଥିବା ନେଇ ବକ୍ତବ୍ଯରେ କହିଥିଲେ।
