Odisha news

ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ଶିମିଳିପାଳ ଏବଂ କୁଲଡିହା ଅଭୟାରଣ୍ୟ ବନାଗ୍ନିର ସମୀକ୍ଷା କରୁଛନ୍ତି

0

ଆଜି ଶିମିଳିପାଳ ସମେତ ରାଜ୍ୟରେ ଜଙ୍ଗଲ ଅଗ୍ନି ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଆୟତାଧିନଏବଂ ନିୟନ୍ତ୍ରିତ ଅଛି । ବର୍ତମାନ ସୁଦ୍ଧା ରାଜ୍ୟରେ କ୍ରମାଗତ ଅଗ୍ନି ଦୃଷ୍ଟିଗୋଚର ହୋଇନାହିଁ । ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ତୁରନ୍ତ ଏବଂ ସକ୍ରିୟ ପଦକ୍ଷେପ ଓ ସ୍ଥାନୀୟ ସମ୍ପ୍ରଦାୟର ଜନସାଧାରଣଙ୍କର ବିଶେଷ ଓ ସମସ୍ତ ପ୍ରକାର ନିରନ୍ତର ସହାୟତା ଓ ସହଯୋଗ ଯୋଗୁଁ ରାଜ୍ୟରେ ଜଙ୍ଗଲ ନିଆଁକୁ ଆୟତାଧିନ ଏବଂ ନିୟନ୍ତ୍ରଣ କରିବା ସମ୍ଭବପର ହୋଇପାରିଛି ।

ତଥାପି, ଆଗାମୀ ଗ୍ରୀଷ୍ମ ପ୍ରବାହ ହେତୁ ଆରମ୍ଭ ହେବାକୁ ଥିବା ତାପମାତ୍ରାରେ ବୃଦ୍ଧି ସହିତ ଅଧିକ ବନାଗ୍ନିର ଭୟ ଥିବାର ଆଶଙ୍କାକୁ ବିଚାର କରି କ୍ଷେତ୍ର ଅଧିକାରୀମାନଙ୍କୁ ସେମାନଙ୍କ ଅଂଚଳରେ ବନାଗ୍ନିର ପ୍ରସାରକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ସତର୍କ ଓ ସଚେତନ ହେବାକୁ ନିଦେ୍ର୍ଦଶ ଦିଆଯାଇଛି । ଅଗ୍ନି ପ୍ରଶମନ କ୍ଷେତ୍ରରେ ନିରନ୍ତର ସହାୟତା ତଥା ଅଗ୍ନି ପ୍ରଶମନ ଏବଂ ପରିଚାଳନାରେ ସ୍ଥାନୀୟ ସମ୍ପ୍ରଦାୟ ଅନୁଷ୍ଠାନଗୁଡ଼ିକୁ ଏକୀଭୂତ ସହଯୋଗ ନିମେନ୍ତ, ଜିଲ୍ଲା ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ରହିବାକୁ ଜଉଉୠ ଏବଂ ଊୠଙ ମାନଙ୍କୁ ପରାମର୍ଶ ଦିଆଯାଇଛି ।

ଚଉଉୠ କାର୍ଯାଳୟର ୠଓଞଏଉ ସେଲ୍ ମାଧ୍ୟମରେ ରାତ୍ରି ପାଟ୍ରୋଲିଂ ସମେତ କ୍ଷେତ୍ର ଅଧିକାରୀଙ୍କ ଅଗ୍ନି ନିର୍ବାପକ ପ୍ରୟାସ ଉପରେ ୨୪ଢ ୭ ତଦାରଖ କରାଯାଉଛି । ବିଟ୍-ଗାର୍ଡ଼ ସହ ସମସ୍ତ ସ୍ତରର ବନକ୍ଷେତ୍ର କର୍ମଚାରୀଙ୍କୁ ୠଝଓ, ଦେହରାଡୁନ୍ରୁ ପ୍ରାପ୍ତ ବନାଗ୍ନି ସତର୍କ ସୂଚନା (ଫରେଷ୍ଟ ଫାୟାର୍ ପଏଂଟ୍) ଗୁଡ଼ିକୁ ଅବିଳମ୍ବେ ନିର୍ବାପିତ କରିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନର ତଥ୍ୟ ଓ ଫଟୋ, ସେମାନଙ୍କୁ ପ୍ରଦତ ପଂଜୀକୃତ ମୋବାଇଲ୍ ମାଧ୍ୟମରେ ଅପ୍ଲୋଡ଼ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି, ଯାହାକି ମୁଖ୍ୟାଳୟ ଦ୍ୱାରା ଅଗ୍ନି ପ୍ରସ୍ତୁତିର ଅନ୍ଲାଇନ୍ ମନିଟରିଂ ପାଇଁ ସହାୟକ ହେବ । କ୍ଷେତ୍ର ଅଧିକାରୀମାନଙ୍କର ଏ ବାବଦରେ ମିଳିଥିବା ପ୍ରତିକ୍ରିୟା ୯୫% ରୁ ଅଧିକ । ୠଝଓ ଆଲର୍ଟ ସୂଚନା ଅନୂଯାୟୀ ବର୍ତମାନ ସୁଦ୍ଧା ରାଜ୍ୟରେ କ୍ରମାଗତ ଅଗ୍ନି ଘଟଣା ପ୍ରାୟତଃ ନାହିଁ ।

ରାଜ୍ୟରେ ଅଗ୍ନି ପରିସ୍ଥିତିକୁ ହ୍ରାସ କରିବା ପାଇଁ ବିଶେଷ ଭାବରେ ଚିହ୍ନଟ ହୋଇଥିବା ବନାଗ୍ନି ପ୍ରବଣ ଏବଂ ବନାଗ୍ନି ପ୍ରାବଲ୍ୟ ଅଂଚଳରେ ବର୍ଦ୍ଧିତ ମାନବ ଶକ୍ତି ଏବଂ ଭିତିଭୂମିକୁ ପ୍ରଭାବଶାଳୀ ଭାବରେ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର କରି ନିୟୋଜିତ କରାଯାଉଅଛି ।
ଅଗ୍ନିଶମ ଅଧିକାରୀଙ୍କ ସହ ୨୫ ଜଣ ସଦସ୍ୟ ଥିବା ୮ଟି ଙଊଜଇୠ, ଦଳ ଜଙ୍ଗଲ କର୍ମଚାରୀଙ୍କ ସହିତ ଜଙ୍ଗଲରେ ନିଆଁ ଲିଭାଇବାରେ ସକ୍ରିୟ ଅଛନ୍ତି ।

କେନ୍ଦ୍ରରୁ ଆସିଥିବା ଦଳ, ସେମାନଙ୍କର ଶିମିଳିପାଳ ଏବଂ କୁଲଡିହା ଅଭୟାରଣ୍ୟ ପରିଦର୍ଶନ ପରେ ଆଜି ସ୍ଥାନୀୟ ବନକ୍ଷେତ୍ର ଅଧିକାରଙ୍କ ସହ ଚନ୍ଦକା ଅଭୟାରଣ୍ୟ ପରିଦର୍ଶନ କରିଛନ୍ତି ଏବଂ ସୋମବାର ଦିନ ସରକାରଙ୍କ ସହ ଏହି ବିଷୟରେ ଆଲୋଚନା କରିବେ ।
ରାଜ୍ୟ ସରକାର/ଟାସ୍କ ଫୋର୍ସ କ୍ରମାଗତ ଭାବେ ତଦାରଖ କରିବା ସହ କ୍ଷେତ୍ର ଅଧିକାରୀଙ୍କ ସହିତ ବନାଗ୍ନିର ସମୀକ୍ଷା କରୁଛନ୍ତି, ଯାହା ବର୍ତମାନ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିଛି ।

Leave A Reply