Odisha news

ଟି .ଏମ .ସି ରାଜନୀତି ଚଳ ଚଞ୍ଚଳ : ଜୋରଧରିଲା କିଛି ବିଧାୟକ ଓ ସାଂସଦ ବିଜେପିରେ ଯୋଗ ଦେଇପାରନ୍ତି

0

ମମତା ବାନାର୍ଜୀଙ୍କ ପାର୍ଟିର ପ୍ରାୟ ୧୦ ବିଧାୟକ ଏବଂ ୩ ସାଂସଦ ବିଜେପି ସହିତ ସମ୍ପର୍କରେ ଅଛନ୍ତି ଏବଂ ସେମାନେ କିଛି ଦିନ ମଧ୍ୟରେ ବିଜେପିରେ ସାମିଲ ହୋଇପାରନ୍ତି । ଏହାକୁ ନେଇ ତୃଣମୂଳ କଂଗ୍ରେସ କ୍ୟାମ୍ପରେ ଆଲୋଚନା ଜୋରଦାର ହେଲାଣି । ସ୍ବଚ୍ଛ ଭାବମୂର୍ତ୍ତି ଥିବା ନେତାଙ୍କୁ ହିଁ ଦଳରେ ସାମିଲ କରାଯିବ ବୋଲି ପୂର୍ବରୁ ବିଜେପି ସ୍ପଷ୍ଟ କହିସାରିଛି ।

ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କ‌ଲା ତୃଣମୂଳ କଂଗ୍ରେସ l ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସୁପ୍ରିମୋ ମମତା ବାର୍ଜାନୀ। ଏଥର ବିଧାନସଭା ନିର୍ବାଚନ ପାଇଁ ମମତା ସମୁଦାୟ ୨୯୧ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ସହ ନିଜେ ନନ୍ଦୀଗ୍ରାମରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ଏଥର ମମତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଭବାନୀପୁରରୁ ନିର୍ବାଚନ ଲଢ଼ିବେ ମନ୍ତ୍ରୀ ‌ଶୋଭନଦେବ ଚାଟାର୍ଜୀ।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଟିଏମ୍‌ସିର ପ୍ରାର୍ଥୀ ତାଲିକାରୁ ପାର୍ଥ ଚଟ୍ଟୋପଧ୍ୟାୟ ଓ ଅମିତ ମିତ୍ରଙ୍କ ସମେତ ୨୦ରୁ ଅଧିକ ବିଧାୟକ ଓ ଶୀର୍ଷ ମନ୍ତ୍ରୀଙ୍କୁ ବାଦ୍‌ ଦିଆଯାଇଛି। ଏମାନଙ୍କ ବ୍ୟତୀତ ୮୦ ବର୍ଷରୁ ଊର୍ଧ୍ବ ବୟସ୍କ କିଛି ନେତାଙ୍କୁ ମଧ୍ୟ ପ୍ରାର୍ଥୀ ତାଲିକାରେ ସ୍ଥାନ ମିଳି ନାହିଁ।

ପୂର୍ବତନ କୋଲକାତା ମେୟର ଶୋଭନ ଚାଟାର୍ଜୀଙ୍କ ପୂର୍ବତନ ପତ୍ନୀ ରତ୍ନା ଚାଟାର୍ଜୀଙ୍କୁ ପୂର୍ବ ବେହେଲା ନିର୍ବାଚନ ମଣ୍ଡଳୀରୁ  ଟିକେଟ୍‌ ଦେଇଛି ଟିଏମ୍‌ସି, ଯେଉଁଠାରେ ପୂର୍ବରୁ ଶୋଭନ ନିର୍ବାଚନ ଲଢ଼ିଥିଲେ। ସେମାନଙ୍କ ବ୍ୟକ୍ତିଗତ ଜୀବନରେ ବହୁ ବାଦବିବାଦ ଉପୁଜିବା ପରେ ବିଜେପିରେ ଯୋଗ ଦେଇଛନ୍ତି ଶୋଭନ।

Leave A Reply