Odisha news

ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଉପରେ ଚଢ଼ଉ କଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ

0

ବ୍ରହ୍ମପୁର, ହୋମିଓ ପାଥିକ୍ ମେଡିସିନ୍ ରୁ ତିଆରି ହେଉଥିଲା ବିଦେଶୀ ମଦ । କଥାଟା ଅବାଗିଆ ଲାଗୁଥିଲେ ମଧ୍ୟ ଏହା ସତ୍ୟ । ଆଜି ଏଭଳି ଏକ ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଉପରେ ଚଢ଼ଉ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏକ ନକଲି ମଦ ପ୍ରସ୍ତୁତି କାରଖାନା ଉପରେ ଚଢାଉ । ସହରର ବଡ଼ ବଜାର ଥାନା ଅନ୍ତରଗତ ତୃପ୍ତି ନଗରରେ ଏକ ଭଡ଼ା ଘରେ ଏହି ନକଲି ମଦ ତିଆରି କାରଖାନା ଚାଲିଥିବା ବେଳେ କୌଣସି ସୂତ୍ରରୁ ଅବକାରୀ ବିଭାଗ ପକ୍ଷରୁ ଆଜି ଚଢାଉ କରାଯାଇଥିଲା । ଚଢାଉ ବେଳେ ବିଭିନ୍ନ ନାମୀ ଦାମୀ କମ୍ପାନୀର ମଦ ବୋତଲରେ ପ୍ରାଯ଼ ୩ଶହ ଲିଟରରୁ ଅଧିକା ବିଦେଶୀ ମଦ ଜବତ କରାଯାଇଥିବା ବେଳେ ମଦ ବୋତଲ , ଲେବେଲ୍, ହୋଇପାଥି ମେଡିସିନ୍ ଓ ମେସିନ ଜବତ କରାଇଯାଇଛି । ଏଥିରେ ସଂପୃକ୍ତି ଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି । ଗତ ଏକ ମାସ ହେଲା କୋଲକତାରୁ ଲେବେଲ ଓ ସ୍କିରିଟ୍ ଆଣି ଏଠାରେ ପ୍ୟାକିଂ କରି ଗ୍ରାମାଞ୍ଚଳରେ ଦୁଇଟି ଅଟୋ ସାହାର‌୍ୟ୍ୟରେ ବିକ୍ରୀ କରିଆସୁଥିଲେ । ବିକ୍ରୀରେ କରିବାରେ ବ୍ୟବହୃତ ଦୁଇଟି ଅଟୋ ଓ ଗୋଟିଏ ମୋପେଡ୍ କୁ ମଧ୍ୟ ଜବତ କରିଛି ବିଭାଗ । ଏହି ନକଲି ମଦ ହୋମିଓପାଥି ମେଡିସିନକୁ ଆଣି ଏଥିରେ କଲର ମିଶାଇ ପ୍ରସ୍ତୁତି କରାଯାଉଥିବା ଚଢାଓ ବେଳେ ଅବକାରୀ ବିଭାଗ ଜାଣିବାକୁ ପାଇଛି । ଏହା ସହ ହୋମିଓପାଥି ମେଡିସିନ ବୋଲତ ମଧ୍ୟ ଜବତ ହୋଇଛି । ତେବେ ଏହି ନକଲି ମଦ ପ୍ରସ୍ତୁତିରେ ଆଉ କେଉଁମାନଙ୍କ ସଂପୃକ୍ତି ରହିଛି ସେନେଇ ତଦନ୍ତ ଜାରୀ ରଖିଛି ବିଭାଗ । ସେପଟେ ଗିରଫ ହୋଇଥିବା ଅଭିଯୁକ୍ତମାନେ ପୂର୍ବରୁ ଦିଗପହଣ୍ଡି ଅଞ୍ଚଳରେ ଏହି ନକଲି ମଦ ପ୍ରସ୍ତୁତ କରି ଗିରଫ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply