ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ସିଦ୍ଧିରେ ହୋଇଥିବା ସଡକ ଦୁର୍ଘଟଣାରେ ସମସ୍ତ ଲୋକ ଦୁଃଖରେ ରହିଛନ୍ତି l କିନ୍ତୁ ସିଦ୍ଧିର ପ୍ରଶାସନିକ ଅଧିକାରୀଙ୍କୁ ଏହି ଘଟଣାକୁ ନେଇ ଆଉ ଗୋଟିଏ ଶକ୍ତ ଆଘାତ ଲାଗିଛି l ପ୍ରଥମଟି ହେଲା ସଡକ ଦୁର୍ଘଟଣ କାରଣରୁ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ଉପରକୁ ଉଠିଛି ଆଙ୍ଗୁଠି ଓ ଅନ୍ୟଟି ହେଲା ଶିବରାଜଙ୍କର ସିଦ୍ଧି ଗସ୍ତକୁ ନେଇ ସମସ୍ତଙ୍କ ଉଡି ଯାଇଛି ନିଦ l ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୋହ୍ୱାନ ସିଦ୍ଧି ସଡକ ଦୁର୍ଘଟଣା ବିଷୟରେ ତଥ୍ୟ ସଂଗ୍ରହ କରିବା ପାଇଁ ସେଠାରେ ପହଂଚିଥିଲେ ଓ ତାଙ୍କୁ ସିଦ୍ଧିର ସର୍କିଟ ହାଉସରେ ରହିବାକୁ ପଡିଥିଲା l
ମୁଖ୍ୟମନ୍ତ୍ରୀଙ୍କର ରହିବ ବିଷୟରେ ସମସ୍ତ ସୂଚନା ସର୍କିଟ ହାଉସର ଅଧିକାରୀ ବାବୁ ଲାଲ ଗୁପ୍ତାଙ୍କୁ ପୂର୍ବରୁ ଦିଆଯାଇଥିଲା l କିନ୍ତୁ ଯେତେବେଳେ ମୁଖ୍ୟମନ୍ତ୍ରୀ ରାତ୍ରି ଜାପାନ ପାଇଁ ସେଠାରେ ପହଂଚିଥିଲେ ସେଠାରେ ଅସନା ହୋଇଥିବାର ଦେଖିଥିଲେ ଓ ପାଣି ଟାଙ୍କି ଓଭର ଫ୍ଲ ହୋଇ ତଳେ ପଡୁଥିଲା l କେବଳ ଏତିକି ନୁହେଁ ଯେଉଁ କୋଠରୀରେ ମୁଖ୍ୟମନ୍ତ୍ରୀଙ୍କର ବିଶ୍ରାମର ବ୍ୟବସ୍ଥା କରାଯାଇଥିଲା ସେଠାରେ ମଶା ଅଟେ ପରିମାଣରେ ଥିଲେ ଯେ ରାତିରେ ମୁଖ୍ୟମନ୍ତ୍ରୀ ସୋଇ ପାରିଲେ ନାହିଁ l
ସର୍କିଟ ହାଉସର ଦାୟିତ୍ୱରେ ଥିବା ଅଫିସରଙ୍କର କର୍ତ୍ତବ୍ୟର ଅବହେଳା ଦେଖା ଗଲା ବିଶିଷ୍ଟ ଅତିଥିଙ୍କୁ ଯେଉଁ ପ୍ରକାରର ସୁବିଧା ମିଳିବ ବଶ୍ୟକ ତାହା ମିଳି ନଥିଲା l ଏହି ଅବହେଳାକୁ ରିବା କମିଶନରଙ୍କୁ ଓ ସର୍କିଟ ହାଉସର ଦାୟିତ୍ୱରେ ଥିବା ଅଫିସରଙ୍କୁ ଖୁବ ଭାରି ପଡିଲା l ମୁଖ୍ୟମନ୍ତ୍ରୀ କମିଶନରଙ୍କୁ କଡାରେ ଦୁଇପଦ କଥା ଶୁଣାଇ ଥିଲେ ଓ ବାବୁ ଲାଲ ଗୁପ୍ତାଙ୍କୁ ତୁରନ୍ତ ନିଲମ୍ବିତ କରାଗଲା l ଏଠାରେ ସୂଚନା ଦିଆ ଯାଇଛି ଯେ ଯଦି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଇଁ ସର୍କିଟ ହାଉସରେ ଏପରି ଅବ୍ୟବସ୍ଥା ଅଟେ ତେବେ ଅନ୍ୟମାନେ କି ଦୁର୍ଦଶା ଭୋଗ କରୁଥିବେ l
Comments are closed.