ମାତୃଶକ୍ତି ଅଳଙ୍କାର ପ୍ରଡୁ୍ୟସର ଗ୍ରୁପ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଅଳଙ୍କାରର ଡିଜିଟାଲ୍ ମାର୍କେଟିଂ ସଶକ୍ତିକରଣ ଉପରେ କର୍ମଶାଳା
ବାରିପଦା : ମୟୂରଭଞ୍ଜ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ମହିଳାମାନଙ୍କର ଅନ୍ତର୍ନିିହିତ ଶକ୍ତିକୁ ସଦୁପଯୋଗ କରିବା ନିମନ୍ତେ ମିଶନଶକ୍ତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହାର ଆନୁକୁଲ୍ୟରେ ମାତୃଶକ୍ତି ଅଳଙ୍କାର ନାମକ ଏକ ପ୍ରଡୁ୍ୟସର ଗ୍ରୁପ ଗଠନ କରାଯାଇଛି । ଯେଉଁଥିରେ ୬ଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ମାତୃଶକ୍ତି ଅଳଙ୍କାରରେ ଜଡିତ ମହିଳାମାନଙ୍କର ବ୍ୟକ୍ତିଗତ ସ୍ତରରେ ଏବଂ ମାତୃଶକ୍ତି ଅଳଙ୍କାରର ସାଂଗଠନିକ ସ୍ତରରେ ଦକ୍ଷତା ବୃଦ୍ଧି ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ତିନିଜଣ ଓଏଏସ୍ ପ୍ରବେଶନର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ମିଶନଶକ୍ତିଙ୍କ ତତ୍ତ୍ୱାବଧାନରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି ।
ଯେଉଁଥିରେ ମାର୍କେଟିଂ, ଉତ୍ପାଦ ବିବିଧାକରଣ ଏବଂ ଡିଜିଟାଲ ସଶକ୍ତିକରଣ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହି କର୍ମଶାଳାରୁ ଅର୍ଜିତ କୌଶଳ ଏବଂ ପ୍ରବେଶନାର ମାନଙ୍କର ପୂର୍ଣ୍ଣ ସହଯୋଗରେ ମାତୃଶକ୍ତି ଅଳଙ୍କାରର ସୋସିଆଲ ମିଡିଆ ଆକାଉଣ୍ଟ (ଇଷ୍ଟାଗ୍ରାମ) ଗଠନ କରାଯାଇଛି ଏବଂ ଏଥିରେ ଅନଲାଇନ୍ ବିକ୍ରି କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଆଗ୍ରହୀ ବ୍ୟକ୍ତିମାନଙ୍କୁ ଆମନ୍ତ୍ରିତ କରାଯାଉଛି ସେମାନେ ଏହି ହସ୍ତ ନିର୍ମିତ ସୁନ୍ଦର ସିଲ୍କା ଥ୍ରେଡ୍ ଅଳଙ୍କାର ସୁଲଭ ମୂଲ୍ୟରେ କିଣି ପାରିବେ । ଏହା ଦ୍ୱାରା ଆମ ଅଂଚଳର ମହିଳାମାନେ ଉପକୃତ ମଧ୍ୟ ହୋଇପାରିବେ ।

Comments are closed.