ଧର୍ମର୍ର୍ଶାଳା,୧୮ ।୨ : ସଂଯୁକ୍ତ କିଶାନ ମୋର୍ଚ୍ଚା ଆହ୍ୱାନ କ୍ରମେ କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ଯାଜପୁର ପକ୍ଷରୁ ଧର୍ମଶାଳା ବ୍ଲକ ହରିଦାସପୁର ଠାରେ ଗୁରୁବାର ରେଳରୋକ କରାଯାଇଥିଲା । ଦିନ ୧୨ଟା ଠାରୁ ଦିନ ୪ ଟା ପର୍ଯ୍ୟନ୍ତ ୪ଘଂଟା ପାଇଁ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ହାୱାଡା- ଚେନାଇ ଓ ହରିଦାସପୁର-ପାରାଦୀପ ରେଳପଥରେ ସଙ୍ଗଠନର ସଦ୍ୟସ୍ୟମାନେ ବସିରହି ରେଳ ରୋକ କରିଥିଲେ । ସଙ୍ଗଠନର ରାଜ୍ୟ ସହ ସଂଯୋଜକ ନିମାଇ ରାୟ, ଜିଲ୍ଲା ସଂଯୋଜକ ଦୁର୍ଗାପ୍ରସାଦ ଦାଶ,ସହ ସଂଯୋଜକ ବସନ୍ତ ନାୟକ,ଅଶୋକ ଶାନ୍ତି ପ୍ରମୁଖ କେନ୍ଦ୍ରୀୟ ଅଇନକୁ ବିରୋଧ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ଧର୍ମଶାଳା ବ୍ଲକ ସଂଯୋଜକ ହେମନ୍ତ ଡୋରା, ବରୀ ବ୍ଲକର ମାଧବ ଶାନ୍ତି, ଶ୍ରୀଧର ମହଲ, ବଡଚଣା ବ୍ଲକର ସୁବାଷ ଖଣ୍ଡାଇ, ନଗେଶ ଜେନା, ପ୍ରଫୁଲ୍ଲ ନାୟକ, କୋରେଇ ବ୍ଲକର ଲକ୍ଷ୍ମୀଧର ସାହୁ, ଜଗନ୍ନାଥ ରାଉତ, କୀର୍ତନ ବରାଳ ପ୍ରମୁଖ ଶତାଧିକ କର୍ମକର୍ତା ଯୋଗଦେଇ ରେଳ ରୋକ କରିଥିଲେ ।
Comments are closed.