Odisha news

ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ

ବାଲିପାଟଣା ୧୬/୦୨: କେନ୍ଦ୍ର ସରକାରଙ୍କ ହସ୍ତଶିଳ୍ପ ଉନ୍ନୟନ କମିଶନର ସହାୟତାରେ ଅନୁସୂଚିତ ଜାତିର କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ନେଇ ଏକ ପ୍ରଦର୍ଶନୀ ସ୍ଥାନୀୟ କୋଣାର୍କ ହାଟଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ କେନ୍ଦ୍ରସରକାରଙ୍କ ହସ୍ତଶିଳ୍ପ ବିଭାଗ ଯୁ୍ଗ୍ମ ନିଦେ୍ର୍ଦଶକ କୁମାରୀ ଶୈଳଜା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଜାତୀୟସ୍ତରର ପୁରସ୍କାର ପ୍ରାପ୍ତ ହସ୍ତଶିଳ୍ପ କାରିଗର ଲିଙ୍ଗରାଜ ମହାରଣା, ହସ୍ତଶିଳ୍ପ ଓ କୁଟିର ଶିଳ୍ପ ବିଭାଗର ଅଧିକାରୀ ଶିଭ୍ରଜିତ୍ କର୍ମକାର, ବାପୁଜି ଚାନ୍ଦୁଆ କାରିଗର ଶିଳ୍ପ ସମବାୟ ସମିତିର ସଭାପତି ମନୋରଂଜନ ମହାରଣା ପ୍ରମୁଖ ଉପସ୍ଥିତ ରହି କାରିଗର ମାନଙ୍କୁ ପ୍ରଶଂସା କରିଥିଲେ ।

ଉକ୍ତ ପ୍ରଦର୍ଶନୀ ଚଳିତ ମାସ ୨୧ ତାରିଖ ପର୍ଯୟନ୍ତ ଚାଲିବ ବୋଲି ସଭାପତି ଶ୍ରୀ ମହାରଣା କହିଛନ୍ତି । ରାଜ୍ୟରୁ ବିଭିନ୍ନ ପ୍ରାନ୍ତରୁ ଆସିଥିବା କାରିଗର ମାନଙ୍କୁ ଜାତାୟତ ଖର୍ଚ୍ଚ ସହିତ ରହିବା ଓ ଖାଦ୍ୟପେୟ ବାବଦକୁ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଜଣା ପଡିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୩୦ ଟି ଷ୍ଟଲ ମଧ୍ୟରେ •ନ୍ଦୁଆ ଡ୍ରେସ୍ ସାମଗ୍ରୀ, ପଥର କାରୁକାର୍ଯ୍ୟ ପୁରୀର ଶଙ୍ଗ ପ୍ରସ୍ତୁତ ସାମଗ୍ରୀ କୁ ପ୍ରଦର୍ଶିତ କରାଯାଇଛି ।

Comments are closed.