ସୀତାନଗର ଠାରେ ଶ୍ରୀ ଶ୍ରୀ ମା ଦଣ୍ଡକାଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ କେରାଣ୍ଡିତୋଳା ନାରାୟଣପୁର କୁ ହରାଇ ଗୋପିନାଥପୁର ଦଳ ବିଜୟୀ
ଛତ୍ରପୁର ୧୬/୨ : ଛତ୍ରପୁର ବ୍ଲକ ଅନ୍ତର୍ଗତ ସୀତାନଗର ଗ୍ରାମର ଶ୍ରୀ ଶ୍ରୀ ମା ଦଣ୍ଡକାଳୀ କ୍ରିକେଟ କ୍ଲବ ପକ୍ଷରୁ ଗ୍ରାମ ନିକଟ ଖେଳ ପଡିଆ ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହାକୁ ଓଡିଶା ରାଜ୍ୟ ସାଉଁଟିଆ ସମାଜ ମହାସଂଘର ଉପଦେଷ୍ଟା ତଥା ସିପିଆଇ ନେତା ଗୁରୁନାଥ ପ୍ରଧାନ, ଚମାଖଣ୍ଡି ସରପଂଚ ସୁସ୍ମିତା ପ୍ରଧାନ , ଅଙ୍ଗନବାଡି କର୍ମୀ ଲଳିତା ପ୍ରଧାନ ଓ ଲିଙ୍ଗରାଜ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅତିଥି ମାନେ ପ୍ରଥମେ କ୍ରିକେଟ ଖେଳି କାର୍ଯ୍ୟକ୍ରମର ଖେଳର ଶୁଭାରମ୍ଭ କରିଥିଲେ । ଉଦଘାଟନ ଉତ୍ସବର ପ୍ରଥମ ମ୍ୟାଚ୍ ରେ ଗୋପିନାଥପୁର ଦଳ ସହ କେରାଣ୍ଡିତୋଳା ନାରାୟଣପୁର ଦଳ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ଗୋପିନାଥପୁର ଦଳ ବିଜୟୀ ହାସଲ କରିଥିଲେ । ଗୋପିନାଥପୁର ଦଳ ପ୍ରଥମେ ଟଚ୍ ଜିତି ବ୍ୟାଟିଂ କରି ୧୨ ଓଭରରେ ୫ଟି ୱିକେଟ୍ ହାରଇ ୮୧ରନ୍ ସଂଗ୍ରହ କରିଥିବା ବେଳେ କେରାଣ୍ଡିତୋଳା ନାରାୟଣପୁର ଦଳ ସମସ୍ତ ୱୁଇକେଟ ହରାଇ ୬୭ ରନ୍ ସଂଗ୍ରହ । ମ୍ୟାନ ଅଫ ଦି ମ୍ୟାଚ ଭାବେ ଗୋପିନାଥପୁର ଦଳର ଚିଣ୍ଟୁ ପ୍ରଦାନ କରାଯାଇଥିଲାା
ଆଜିର ମ୍ୟାଚ୍ ରେ ଅମ୍ପାୟାର ଭାବେ ମିଟୁ ଓ ସାଗର ପରିଚାଳନା କରୁଥବା ବେଳେ ନିର୍ମଳ ପ୍ରଧାନ ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଜିଲ୍ଲାର ୧୬ ଟି ଦଳ ଏଥିରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ଶ୍ରୀ ମା ଦଣ୍ଡକାଳୀ କ୍ରିକେଟ କ୍ଲବ ର ସଭାପତି ସାଗର କୁମାର ପ୍ରଧାନ ସୂଚନା ଦେଇଛନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ସିତାନଗର ଗ୍ରାମର ଯୁବକ ସଂଘ ଓ ଶ୍ରୀ ଶ୍ରୀ ମା ଦଣ୍ଡକାଳୀ କ୍ରିକେଟ କ୍ଲବର ସୁଶାନ୍ତ କୁମାର ପ୍ରଧାନ , ସାଗର ପ୍ରଧାନ , ମିଟୁ ପ୍ରଧାନ ଓ ନିର୍ମଳ ପ୍ରଧାନଙ୍କ ସମେତ ସମସ୍ତ ସଭ୍ୟମାନେ ପରିଚାଳନାରେ ସହ ଯୋଗ କରିଥିଲେ ।
Comments are closed.