ଶ୍ରୀ ଶ୍ରୀ ମହାବୀର ହନୁମାନ ମନ୍ଦିରର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ହନୁମାନ ଚାଳିଶା ଓ ରାମ ଚରିତ ପାରାୟଣ ପାଠ କଲେ ସମସ୍ତ ଭକ୍ତ
ଛତ୍ରପୁର ୧୬/୨ : ସ୍ଥାନୀୟ ରେଲୱେ କଲୋନୀ ନିକଟସ୍ଥ ଶ୍ରୀ ଶ୍ରୀ ମହାବୀର ହନୁମାନ ମନ୍ଦିରର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମନ୍ଦିର ପରିସରରେ ସଂପୁର୍ଣ୍ଣ ରାମଚରିତ ମାନସ ପାରାୟଣ,ଘୃତ ଯଜ୍ଞ, ୧୦୮ ହନୁମାନ ଚାଳିସା, ନୂତନ ପାକଶାଳା ପ୍ରତିଷ୍ଠା ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭକ୍ତ ସିଏଚ୍ . ଦୟାନନ୍ଦ ରେଡ୍ଡି(ଭାକୁର)ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସୁରେନ୍ଦ୍ର ନାଥ ସାସମଲ ଓ ତାଙ୍କ ସହଧର୍ମିଣୀ ବିଳାସିନୀ ସାସମଲ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ । ପୁରୋହିତ ସପନ କୁମାର ଶତପଥିଙ୍କ ପୌରହିତ୍ୟରେ ସମସ୍ତ ପୂଜା ଓ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା ।
ମହାବୀର ଗ୍ରୁପ ପକ୍ଷରୁ ୧୦୮ ହନୁମାନ ଚାଳିଶା ମଧ୍ୟ ପଠନ କରାଯାଇଥିଲା । ଏହି ଅବସରରେ ଶରତ ଚନ୍ଦ୍ର ନାହାକ ସଂପୁର୍ଣ୍ଣ ରାମଚରିତ ମାନସ ପାରାୟଣ ପାଠ କରିଥିବା ବେଳେ ମନ୍ଦିର ର ସ୍ଥାୟୀ ପୂଜକ କମ୍ବଦ ଦାସ ସଙ୍କଟମୋଚନଙ୍କ ସମସ୍ତ ନିତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ଏଥିରେଛତ୍ରପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନତୋ ଭାଗିରଥୀ ବେହେରା, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀଙ୍କ ସମେତ ଛତ୍ରପୁର ଆଖ ପାଖ ଅଂଚଳର ବହୁ ଭକ୍ତ ମାନେ ଉତ୍ସବରେ ଯୋଗ ଦେଇ ମହାବୀରଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ ।
Comments are closed.