ନୂଆଦିଲ୍ଲୀ : ପାକିସ୍ତାନର ଜଣେ ପାଇଲଟ ଦାବି କରିଛନ୍ତି ଯେ ସେ ଗୋଟିଏ ଘରୋଇ ବିମାନ ଉଢାଉଥିବା ସମୟରେ ଆକାଶରେ ଚମକୁଥିବା ଏଲିୟନ ମାନଙ୍କର UFO କୁ ଦେଖିଥିଲେ l ଏହି ଖବର ପାକିସ୍ତାନ ଗଣମାଧ୍ୟମ ସଂସ୍ଥା ଜିଓ ନିୟୁଜର ପ୍ରକାଶିତ ମଧ୍ୟ କରାଯାଇଥିଲା l ସେହି ପାଇଲଟ ଜଣଙ୍କ ଏହି ଚମକୁଥିବା ବସ୍ତୁଟିକୁ ଦିନ ସମୟରେ ଦେଙ୍କଗି ଭିଡିଓ ମଧ୍ୟ କରିଛନ୍ତି l ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସର ପାଇଲଟ ରହିମ ଏହି ଚମକୁଥିବା UFO କୁ ଦେଖିଥିଲେ l ପାଇଲଟ ଜଣଙ୍କ A-320 ବିମନାଟିକୁ ନେଇ ଲାହୋରରୁ କରାଚୀ ଯାଉଥିଲେ l
ସେତେବେଳେ ଏହି ଚମକୁଥିବା ଜିନିଷକୁ ଦେଖିଥିଲେ ପାଇଲଟ ଜଣଙ୍କ କହିଛନ୍ତି ସୂର୍ଯ୍ୟଙ୍କର ଉତପ୍ତ କିରଣରେ ମଧ୍ୟ ସେ ଏହି ବସ୍ତୁଟିକୁ ଦେଖିଥିଲେ ,କାରଣ ସୂର୍ଯ୍ୟଙ୍କ କିରଣରେ ଚମକୁଥିବା ବସ୍ତୁ ଦେଖାଯାଇ ନଥାଏ l ପାଇଲଟ ଜଣଙ୍କ କହିଛନ୍ତି ହୁଏତ ମୁଁ ସ୍ପେସ ଷ୍ଟେସନ କିମ୍ବା କୌଣସି ଅପ୍ରାକୃତିକ ଗ୍ରହ ଦେଖିଥାଇ ପାରେ l କେବଳ ସେହି ପାଇଲଟ ଜଣଙ୍କ ଏହି ଚମକୁଥିବା ବସ୍ତୁକୁ ଦେଖି ନାହାନ୍ତି ,ସେହି ସ୍ଥାନରେ ଥିବା କିଛି ଲୋକ ମଧ୍ୟ ଏହାକୁ ଦେଖିଛନ୍ତି ଏବଂ ଏହାର ଭିଡିଓ ତିଆରି କରିଛନ୍ତି l ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସର ପ୍ରବକ୍ତା କହିଛନ୍ତି UFO ଟି ଜାନୁଆରୀ ୨୩ ତାରିଖ ଦିନ ପାଖାପାଖି ସନ୍ଧ୍ୟା ୪ଟା ବେଳେ ଆକାଶରେ ଦେଖା ଯାଇଥିଲା l
ସେ ଆହୁରି ମଧ୍ୟ କହିଛନ୍ତି ପାଇଲଟ ଜଣଙ୍କ UFO ଟିକୁ ଦେଖିବା ପରେ କଣ୍ଟ୍ରୋଲ ରୁମକୁ ସୂଚନା ଦେବା ସହିତ ତାର ଭିଡିଓ ବଣାଇଥିଲେ l ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଦିନ ସମୟରେ ଅଟେ ଚମକୁଥିବା ପଦାର୍ଥକୁ ଆକାଶରେ ଦେଖିବା ଅସମ୍ଭବ l ପାଇଲଟ ଜଣଙ୍କ କରାଚିରେ ପହଂଚିବା ପରେ ତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଭିଡ଼ିଓଟିକୁ ବିମାନ ବନ୍ଦରର ଅଧିକାରୀ ମାନଙ୍କୁ ଦେଖାଇଥିଲେ l ଏହି ଘଟଣା ପରେ ବିମାନ ବନ୍ଦରର ଅଧିକାରୀ ମାନେ ଗଣମାଧ୍ୟମକୁ ତଥ୍ୟ ଦେଇଥିଲେ
