ମହାଭାରତ ଯୁଗରୁ ବିଦୁରଙ୍କ ନୀତିର ଅନେକ ମହତ୍ୱ ରହିଛି l ଆମ ଦୈନଦିନ ଜୀବନରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଦୁର ନୀତିକୁ ଆପଣା ଯାଇଥାଏ l ଆଜିର ନୀତିରେ ଉତ୍ତମ ପୁରୁଷର ଲକ୍ଷଣ କିପରି ହେବ ବଶ୍ୟକ ସେ ବିଷୟରେ କୁହ ଯାଇଛି l ବିଦୁରଙ୍କ ଅନୁସାରେ କିଛି ଖାସ ଗୁଣ ଥିବା ବ୍ୟକ୍ତି ମାନଙ୍କୁ ବିବାହ କରି ନାରୀ ମାନେ ଭାଗ୍ୟଶାଲୀ ହୋଇ ଥାନ୍ତି l ଆସନ୍ତୁ ଜାଣିବା ଏହି ଗୁଣ ଗୁଡିକ କଣ ?
* ବିଦୁରଙ୍କ ନୀତି ଅନୁସାରେ ପର ଉପକାର କରୁନଥିବା ବ୍ୟକ୍ତିର ଜୀବନ ବ୍ୟର୍ଥ ଅଟେ l କିନ୍ତୁ ଉତ୍ତମ ପୁରୁଷ ସେହି ପଶୁ ଭଳି ଅଟେ ଯାହାର ଚମଡା ମୃତ୍ୟୁ ପରେ ମଧ୍ୟ କାମରେ ଆସିଥାଏ l ବିଦୁରଙ୍କ ଅନୁସାରେ ଏହିଭଳି ଲୋକ ମୃତ୍ୟୁ ପରେ ମଧ୍ୟ ସ୍ଵର୍ଗରେ ପୂଜନୀୟ ସ୍ଥାନ ପାଇଥାନ୍ତି l
* ବିଦୁରଙ୍କ ନୀତି ଅନୁସାରେ ଗୋଟିଏ ଉତ୍ତମ ପୁରୁଷ ଜୀବନରେ ଯେତେବି ଦୁଃଖ ଆସିଲେ ମଧ୍ୟ ସେ ହାରିଯାଇ ନଥାଏ l ସେ ନିଜର ଧର୍ମ କରି ଚାଲିଥାଏ କାରଣ ଉତ୍ତମ ପୁରୁଷ ମଧ୍ୟରେ ସମସ୍ତ ଦୁଃଖ ସହିବାର ଶକ୍ତି ରହିଥାଏ l ତେଣୁ ସେମାନେ ପୂଜନୀୟ ଅଟନ୍ତି l
* ବିଦୁର କହିଛନ୍ତି ଧର୍ମର ପାଳନ ,ଦାନ କରିବା ,ସତ୍ୟ କହିବା ଓ ପରିଶ୍ରମ କରିବା ପୁରୁଷର ଚର୍ଚା ତିନି ଲୋକରେ ହୋଇଥାଏ l ଏହି ଭଳି ଲୋକ ମାନଙ୍କର ମୃତ୍ୟୁ ନପାରେ ମଧ୍ୟ ତାଙ୍କର ପିଢ଼ି ଗୁଡିକ ତାଙ୍କ ଦ୍ୱାରା କରାଯାଇଥିବା ପୁଣ୍ୟର ଫଳ ଲାଭ କରିଥାନ୍ତି l
* ବିଦୁର କହିଛନ୍ତି ପୁରୁଷଙ୍କୁ ସ୍ୱାମୀ ରୂପରେ ଲାଭକାରୀ ସ୍ତ୍ରୀ ସ୍ୱର୍ଗ ସମାନ ସୁଖ ଭୋଗ କରିଥାଏ l ମହାତ୍ମା ବିଦୁର ଏହି ପୁରୁଷ ମାନଙ୍କୁ ମହାନ ବୋଲି କହିଛନ୍ତି ଏବଂ ଦର୍ଶାଇଛନ୍ତି ଯେ ତାଙ୍କ ଉପରେ ସର୍ବଦା ଦେବଦେବୀଙ୍କ ଆଶୀର୍ବାଦ ରହିଥାଏ l
