Odisha news

ହିମାଳୟର ୧୨,୫୦୦ ଫୁଟ ବୁଗୀୟାଲ ପର୍ବତର ଶୀର୍ଷରେ ଜାତୀୟ ପତାକା ଉଡାଇଲେ ୨୩ ଜଣ ଓଡିଆ ଯୁବକ, ଦଳରେ ଅଛନ୍ତି କନ୍ଧମାଳର ସିଦ୍ଧାର୍ଥ

0

ଫୁଲବାଣୀ : ହିମାଳୟ ପର୍ବତମାଳାର ବୁଗୀୟାଲ ପର୍ବତର ଶୀର୍ଷ ୧୨,୫୦୦ ଫୁଟ ଉଚ୍ଚରେ ଥିବା ପର୍ବତ ଉପରେ ପହଂଚିଛି ୨୩ ଜଣିଆ ଓଡିଶାର ଡେୟାରଡେଭିଲ ନାମକ ଏକ ପର୍ବତାରୋହୀ ଦଳ । କନ୍ଧମାଳ ପାଇଁ ଏହା ଏକ ଗର୍ବ ଓ ଗୌରବର କଥା କାରଣ ଏହି ଦଳରେ ରହିଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ବେରେଡାକିଆର ଜଣେ ଯୁବକ ସିଦ୍ଧାର୍ଥ କେଶରୀ ପ୍ରଧାନ । ସେ ଜଣେ ଇଂଜିନିୟରିଙ୍ଗ ଛାତ୍ର ହେଲେ କିଛି ନୁଆ କରିଦେଖାଇବାକୁ ତାଙ୍କର ପୁରୁଣା ନିଶା ରହିଛି । ସେଥିପାଇଁ ସେ କଣ୍ଟାବାଞ୍ଜି ଅଂଚଳର ଗୋଟିଏ ପର୍ବତାରୋହୀ ଡେୟାରଡେଭିଲ ନାମକ ଦଳରେ ସାମିଲ ହୋଇଛନ୍ତି । ଏହି ଦଳ ହିମାଳୟର ବୁଗୀୟାଲର ଶୀଖରରେ ମାଇନସ ୫ରୁ ୧୦ ଡିଗ୍ରୀ ତାପମାତ୍ରାରେ ଏହି ଦଳ ସେଠାରେ ପହଂଚି ଜାତୀୟ ପତାକା ଉଡାଇବାର ଗୌରବ ହାସଲ କରିଛନ୍ତି ।

ସେଥିପାଇଁ ସିଦ୍ଧାର୍ଥ ନିଜକୁ ଗର୍ବିତ ମନେକରୁଥିବା ସହିତ ଏହି ଅଭିଯାନରେ ତାଙ୍କୁ ସାମିଲ କରିଥିବାରୁ ଡେୟାରଡେଭିଲ ଦଳକୁ ଏହାର ଶ୍ରେୟ ପ୍ରଦାନ କରିଛନ୍ତି । ସେ କନ୍ଧମାଳ ଜିଲ୍ଲାର ରାଇକିଆ ଅଂଚଳର ବେରେଡାକିଆରୁ ଯାଇ ହିମାଳୟ ପର୍ବତ ଶିଖରରେ ପହଂଚିଥିବାରୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି । ଗତ ୨୦ ତାରିଖରେ ଏହି ଦଳର ସଭାପତି ସତ୍ୟପିର ପ୍ରଧାନଙ୍କ ନେତୃତ୍ୱରେ ଏହି ଦଳ ଏହାର ଅଭିଯାନ ଆରମ୍ଭ କରିଥିଲା ଜାନୁୟାରୀ ମାସ ୨୪ ତାରିଖ ଅପରାହ୍ନ ୧୨ ଟା ୫୧ ମିନିଟରେ ସେମାନେ ବୁଗୀୟାଲ ଶୀଖରରେ ପହଂଚି ସେଠାରେ ଜାତୀୟ ପତାକା ଉଡାଇଥିଲେ । ସିଦ୍ଧାର୍ଥ ଭବାନୀପାଟଣା ସରକାରୀ ଇଂଞ୍ଜିନିୟରିଙ୍ଗ କଲରଜରେ ସିଭିଲ ଇଂଜିନିଞ୍ଜିନିୟରିଙ୍ଗର ଫାନାଲଇୟର ଛାତ୍ର ଅଟନ୍ତି । ପାଠପଢା ସହିତ ସେ ଆଡଭେଂଚର,ମଡେଲିଙ୍ଗ ଏବଂ ଫିଟନେସ ଭଳି ଅନେକ କାର୍ଯ୍ୟରେ ରୃଚି ରଖିଥିବା କହିଛନ୍ତି । ତେବେ ତାଙ୍କ ସହିତ ଏହି ଦଳରକୁ ଢୁବନେଶ୍ୱରରେ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା କରାଯିବାର କାର୍ଯ୍ୟକ୍ରମ ଥିବା ଜଣାପଡିଛି ।

Leave A Reply