କୋଣାର୍କ : ଦୀର୍ଘ ୧୦ମାସର ବ୍ୟବଧାନ ପରେ ଏବେ କୋଣାର୍କ ଆନ୍ତର୍ଜାତିୟ ପର୍ଯ୍ୟଟନ ସ୍ଥଳୀକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ମାନଙ୍କର ସୁଅଛୁଟିବାର ସୁଯୋଗ ନେଇ କିଛି ଅଧିକ ଅର୍ଥ ଲାଳସାରେ ଏଠାରେ ବେପାର ଚାଲିଛି ଗଞ୍ଜେଇ ସିଗାରେଟ ଯାହାର ଖଣ୍ଡ ପ୍ରତି ମୂଲ୍ୟ ୧୦ ଟଙ୍କାରେ ବିକ୍ରିକରୁଛନ୍ତି କିଛି ବେପାରୀ।ଏହି ସିଗାରେଟ କିଣିବା ପାଇଁ ଯୁବକ ଓ କଲେଜ ପଡୁଆ ପିଲା ମାନଙ୍କର ଭିଡ ଜମୁଛି ଛକ ମାନଙ୍କରେ। ତାଛଡା ଏହି ସିଗାରେଟ ଟାଣିବା ପାଇଁ ଯୁବପର୍ଯ୍ୟଟକ ଓ ବେଦେଶୀ ପର୍ଯ୍ୟଟକ ମାନଙ୍କୁ ଗଞ୍ଜେଇ ସିଗାରେଟ ବିକୁଥିବା ଦୋକାନୀ ପ୍ରଲୋଭିତ କରୁଥିବାର ଦେଖାଯାଉଛି। କୋଣାର୍କ ବଜାର ର ବିଭିନ୍ନ ସ୍ଥାନ ଓ ଗ୍ରାମା ଅଞ୍ଚଳର ଛକ ମାନଙ୍କରେ ଏହି ସିଗାରେଟ ପ୍ରଚୁର ପରିମାଣରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଅବକାରୀ ବିଭାଗ ଏବିଷୟରେ ଅବଗତ ଥିଲେ ବି ହାତ ଗୁଂଜା ନେଇ ଚୁପ ହୋଇ ବସିରହୁଥିବା ଅଭିଯୋଗ ଉଠୁଛି।
ଅଞ୍ଚଳର ଯୁବ ଗୋଷ୍ଠି ଏହି ଧରଣର ସିଗାରେଟ ପିଇ ପଥ ଭ୍ରଷ୍ଟ ହେଉଛନ୍ତି। ଯାହା ଅଭିଭାବକ ମାନଙ୍କ ମନରେ ଭାଲେଣି ପଡୁଥିବା କିଛି ଅଭିଭାବକ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏଠାରେ ସୂଚନା ଥାଉକି ଗତ କିଛି ଦିନ ତଳେ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ତାଙ୍କ ପୋଲିସ ଟିମ ଦ୍ଵାରା କୋଣାର୍କ ଅଞ୍ଚଳର ବିଭିନ୍ନ ଛକ ଜାଗାରେ ରେ ପେଟ୍ରୋଲିଂ କରି ଚୋରା ଗଞ୍ଜେଇ ଓ ବ୍ରାଉନ ସୁଗାର ବେପାରୀ ଙ୍କୁ କାବୁ କରିବାରେ ସଫଳ ହୋଇଥିଲେ ଯାହା ନିଶାଡୀ ଙ୍କ ଦୌରାତ୍ମ କମିଥିଲା ।କିନ୍ତୁ ପୁନ୍ନର୍ବାର ଏହି ନିଶା କାରବାର ଚାଲୁଥିବାରୁ ଏହି ନିଶାଡୀ ମାନେ ସକ୍ରିୟ ହୋଇ ଉଠିଛନ୍ତି ।ତେଣୁ ଏହି ନିଶା ବିକୁଥିବା ଦୋକାନୀ ମାନଙ୍କ ଉପରେ କୋଣାର୍କ ପୋଲିସ ରୋକ ଲଗାଇବାକୁ ଅଂଚଳର ସଚେତନ ନାଗରିକମାନେ ଦାବି କରିଛନ୍ତି।