Odisha news

ପୁରୀରେ ସଡ଼କ ସୁରକ୍ଷା ମାସ ଆରମ୍ଭ ସାଇକେଲେ ଶୋଭାଯାତ୍ରାରେ ସାମିଲ ହେଲେ ଜିଲ୍ଲାପାଳ

0

ପୁରୀ,୧୮ା୧:ଆଜିଠାରୁ ଆରମ୍ଭ ହୋଇଛି ଜାତୀୟ ସଡ଼କ ସୁରକ୍ଷା ମାସ୨୦୨୧ । ଦୀର୍ଘ ଏକ ମାସ ଧରି ପାଳନ କରାଯିବାକୁଥିବା ଏହି ସଡ଼କ ସୁରକ୍ଷା ପାଳନମାସର ପ୍ରଥମ ଦିବସରେ ବିଭିନ୍ନ ବ୍ଲକରେ ସାଇକେଲ ଶୋଭାଯାତ୍ରର ଆୟୋଜନ କରାଯାଇଛି । ପୁରୀଠାରେ ଜିଲ୍ଲାପାଳ ସାମର୍ଥ ବର୍ମା ଏକସାଇକେଲ ଶୋଭାଯାତ୍ରାର ଶୁଭାରମ୍ଭ କରିବା ସହିତ ଶୋଭାଯାତ୍ରରେ ନିଜେ ସାମିଲ ହୋଇଥିଲେ । ଶୋଭାଯାତ୍ର ଗୁଣ୍ଡିଚା ମନ୍ଦିର ନିକଟରୁ ବାହାରି ଭିଆପି ରୋଡ଼ ଓ ସ୍ୱର୍ଗଦ୍ୱାରଦେଇ ଟାଉନ୍ହଲ୍ ନିକଟରେ ପହଞ୍ଚିଥିଲା ।ଏଥିସହ ଜିଲ୍ଲାପାଳ ଶ୍ରୀ ବର୍ମା ସଡ଼କ ସୁରକ୍ଷା ରଥର ଶୁଭାରମ୍ଭ କରିଥିଲେ ।ଏହିକାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀବର୍ମା,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ନିତି ରଞ୍ଜନ ସେନ୍,ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁଣ କୁମାର ଜେନା ପ୍ରମୁଖ ଅତିଥିଭାବେ ଯୋଗଦେଇ ଟ୍ରାଫିକ୍ ନିୟମ ପାଳନ କରି ସୁରକ୍ଷିତ ଭାବେ ଗାଡ଼ି ଚଳାଇବାକୁ ପରାମର୍ଶ ଦେଇଥିଲେ ।

ସଡ଼କ ସୁରକ୍ଷାରଥ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ସଡ଼କ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିବ । ଆସନ୍ତା କାଲି ବସ୍ମାଳିକ ସଂଘ ପକ୍ଷରୁ ଗାଡ଼ି ଚାଳକମାନଙ୍କ ଲାଗି ବସ୍ଷ୍ଟାଣ୍ଡଠାରେ ଏକଚକ୍ଷୁ ପରୀକ୍ଷା ଶିବିରର ଆୟାଜନ କରାଯାଇଛି । ଆସନ୍ତା ୨୧ରୁ ୨୩ ତାରଖ ପର୍ଯ୍ୟନ୍ତ ଆଞ୍ଚଳିକ ପରିବାହନ କାର୍ଯ୍ୟାଳୟଠାରେ ଏକ ୱାଲ ପେଣ୍ଟି ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଛି । ଆସନ୍ତା ୨୪ ତାରିଖ ସକାଳେ ଗାନ୍ଧିଘାଟ ଠାରେ ପଥପ୍ରାନ୍ତ ନାଟକ,ନାଗା ମେଢ,ଗୋଟିପୁଅନାଚ,ଦସ୍ତଖତ ଅଭିଯାନ,ବାଲୁକା କଳା ସହିତ ସଡ଼କ ସୁରକ୍ଷା ନିୟମ ପାଳନ ଓ ଦୁର୍ଘଟଣାରୁ ଜୀବନ ବଞ୍ଚାଇବାରେ ସହଯୋଗ କରିଥିବା ୩୦ ଜଣ ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯିବ । ସଡ଼କ ସୁରକ୍ଷା ସମ୍ପର୍କିତ ହୋଡ଼ିଂ ଲାଗାଯିବା ସହିତ୧୦ହଜାର ପ୍ରଚାର ପତ୍ର ବଣ୍ଟନ କରାଯାଇ ସଚେତନତା ସୃଷ୍ଟି କରାଯିବ ।

ସଡ଼କ ସୁରକ୍ଷା ମାସ ଉପଲକ୍ଷେ ଚକ୍ରତୀର୍ଥ ରୋଡ଼ରୁ ନେତାଜୀ ସୁବାଷ ବୋଷ ଛକ ପର୍ଯ୍ୟନ୍ତ ୨୦ଟି କିଓସ୍କ ପ୍ରଦର୍ଶିତ କରାଯାଇଛି । ଏତଦ୍ବ୍ୟତୀତ ଆଜି ଠାରୁ ପୁଲିସ ସ୍କ୍ୱାର୍ଡ ସହିତ ମିଶି ମିଳିତ ଯାଞ୍ଜ କରାଯାଇ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସ୍ଥିର ହୋଇଛି । ସହାୟକ ମୋଟରଯାନ ନିରୀକ୍ଷକ ବାମଦେବ ସାହୁ,ଟ୍ରାଫିକ୍ ଇନ୍ସିପେକଟର ଗୋକୁଳା ନନ୍ଦ ଦାସ ଓ ଶୁସାନ୍ତ ପାତ୍ରଙ୍କ ସମେତ ଜାତୀୟ ସମରଶିକ୍ଷାର୍ଥୀ ବାହିନୀ,ମହାବିଦ୍ୟାଳୟର ଛାତ୍ର

Leave A Reply