Odisha news

ଜଳ ସ୍ୱଚ୍ଛତା ଦିବସ ପାଳିିତ

0

ଭଞ୍ଜନଗର,୧୮/୧(ଆପ୍ର)ଭଞ୍ଜନଗର ଏନଏସି ପକ୍ଷରୁ ସହରରେ ଜଳ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଆହ୍ୱାନ କ୍ରମେ ସାରା ଜିଲ୍ଲାରେ ଆଜି ଜଳ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ‘ମୋ ସ୍ୱାଭିମାନ, ସ୍ୱଚ୍ଛ ଗଞ୍ଜାମ’ ଅନ୍ତର୍ଗତ ଏହି ପ୍ରମୁଖ କାର୍ଯ୍ୟକ୍ରମ ସୋମବାର ସକାଳ ୮ଟାରେ ଆରମ୍ଭ କରାଯାଇଥିଲା । ସହରର ବିଭିନ୍ନ ୱାର୍ଡର ସ୍ୱଚ୍ଛ ସାଥୀଙ୍କ ସହ ବିଭିନ୍ନ ୱାର୍ଡରୁ ବହୁ ମହିଳା ଓ ପୁରୁଷ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଏନଏସି କର୍ମଚାରୀ ଅଶୋକ କୁମାର ମହାପାତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ସ୍ୱଚ୍ଛତା ବାର୍ତ୍ତା ପ୍ରଚାର କରିବାସହ ଉପସ୍ଥିତ ସମସ୍ତଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଥିଲେ । ଏହାପରେ ସଭିଏଁ ସ୍ୱଚ୍ଛତା ରାଲି ବାହାର କରି ସହର ପରିକ୍ରମା କରିଥିଲେ ।

ଶେଷରେ ଖ୍ରୀଷ୍ଟିଆନ୍ ସାହି ପୋଖରୀକୁ ଯାଇ ସେଠାରେ ପୋଖରୀ ସଫେଇ କାର୍ଯ୍ୟକ୍ରମରେ ସଭିଏଁ ସାମିଲ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଂଚଳ ପରିଷଦର ସମସ୍ତ କର୍ମଚାରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁନୀଲ କୁମାର ଶତପଥୀ, ଜୋତ୍ସ୍ନାରାଣୀ ସାହୁ, ସୋମନାଥ ପ୍ରାକ୍ଟିସ୍ ହାଇସ୍କୁଲର ଶିକ୍ଷକ ପ୍ରବୀଣ କୁମାର ଖଡଙ୍ଗା, ସିଆରସିସି ନାରାୟଣ ମହାପାତ୍ର, ଏନଏସି କନିଷ୍ଟ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ, ଭଞ୍ଜନଗର ଏନଏସିର ସ୍ୱୟଂ ସହାୟିକା ଗୋଷ୍ଟୀ, ସ୍ୱଚ୍ଛତା ସାଥୀ, ୟୁବି ହାଇସ୍କୁଲରୁ ସସ୍ମିତା ନାୟକ, ସପ୍ନେଶ୍ୱର ଦିଗାଳ, ଏନସିସି ଆର୍ମି ଅଫିସର ଶ୍ୟାମାପ୍ରସାଦ ମିଶ୍ର, ନେଭାଲ ଅଫିସର କେଦାର ନାଥ ସେଠୀ, ସ୍କାଉଟ୍ ମାଷ୍ଟର ଶଙ୍କର ପ୍ରସାଦ ପଟ୍ଟନାୟକ ପ୍ରମୁଖ କୋଭିଡ-୧୯ ନିୟମାବଳୀ ପାଳନ ପୂର୍ବକ କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply